Entertainment

ପିତା ହେବାକୁ ଯାଉଛନ୍ତି ନୀଲ୍ ନୀତିନ୍ ମୁକେଶ୍

By ENO Beuro

April 27, 2018

 ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଏକ କୁନିପିଲାର ଜୋତା ଧରିବା ଫଟୋରେ ଏଇ ଖୁସି ଖବର ଅନ୍ୟମାନଙ୍କୁ ଜଣାଇଛନ୍ତି

ଖଳନାୟକ ଚରିତ୍ର ପାଇଁ ପରିଚିତ ନୀଲ୍ ନୀତିନ୍ ମୁକେଶ୍ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ଖୁସିର ଖବର ଅବଗତ କରାଇଛନ୍ତି । ପିତା ହେବାକୁ ଯାଉଛନ୍ତି ନୀଲ୍ । ପତ୍ନୀ ରୁକ୍ମିଣୀ ଗର୍ଭବତୀ ଥିବା ସହ ନିଜ ମନର ଖୁସିକୁ ପୂରା ଦୁନିଆ ସମ୍ମୁଖରେ ପ୍ରକାଶ କରିଛନ୍ତି ନୀଲ୍ । ନୀଲ୍ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଆଗାମୀ ଚଳଚ୍ଚିତ୍ର ‘ସାହୋ’ର କାମ ଶେଷ ହୋଇ ଏବେ ପୋଷ୍ଟ-ପ୍ରଡକ୍ସନର କାମ ଚାଲିଛି । ସେସବୁ ସମାପ୍ତ ହେବା ପରେ ନୀଲ୍ ତୁରନ୍ତ ପତ୍ନୀଙ୍କ ସହ ଦୁବାଇ ଯିବେ। କାରଣ ଘରକୁ ପ୍ରଥମ କରି ଆସୁଥିବା ଏଇ ନୂଆ ଅତିଥି ନିମନ୍ତେ ସେ ଓ ରୁକ୍ମିଣୀ ଜୋରଦାର ସପିଂ କରିବେ । ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଏକ କୁନିପିଲାର ଜୋତା ଧରିବା ଫଟୋରେ ଏଇ ଖୁସି ଖବର ଅନ୍ୟମାନଙ୍କୁ ଜଣାଇଛନ୍ତି ।

ସାକ୍ଷାତକାରରେ ନୀଲ୍ କହିଛନ୍ତି, ପୂରା ପରିବାର ଏଇ ଖବର ଶୁଣି ଖୁବ୍ ଉତ୍ସାହିତ ଅଛନ୍ତି। ନୀଲଙ୍କ ମା’ଙ୍କ ଇଚ୍ଛା ଯେ ତାଙ୍କର ନାତୁଣୀଟିଏ ହେଉ । ଏ ବାବଦରେ ନିଲଙ୍କ ମତ ହେଉଛି, ଜଣେ ପିତା ହେବାକୁ ଯାଉଛନ୍ତି, ତାହା ହିଁ ତାଙ୍କ ନିମନ୍ତେ ସବୁଠୁ ବଡ଼ ଖୁସି ଓ ଉପହାର ।  ଏକ ନାମକରା ବିମାନ କମ୍ପାନୀର ଉଚ୍ଚ ପଦରେ କାମ କରୁଥିବା ରୁକ୍ମିଣୀ ଏବେ କିଛିଦିନ ପାଇଁ ଚାକିରିରୁ ବିରତି ନେଇଛନ୍ତି ।

ପଢନ୍ତୁ ;

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !