News

ଓଡିଶା ଆସିଛନ୍ତି ନେପାଳର ରାଜା : ଶ୍ରୀକ୍ଷେତ୍ର ଯାଇ ୧୧ରେ କରିବେ ଶ୍ରୀଜିଉମାନଙ୍କୁ ପୂଜା

ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହଦେବଙ୍କ ଓଡିଶା ଗସ୍ତ

ଦୀର୍ଘ ୧୫ ବର୍ଷର ପରେ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା  ଆଜି  ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ  ଶ୍ରୀକ୍ଷେତ୍ର ପୁରୀ ଯିବେ । ଜ୍ଞାନେନ୍ଦ୍ର ଗତକାଲି  ଭୁବନେଶ୍ୱର ବିଜୁ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିପୁଳ ସମ୍ବର୍ନ୍ଧନା ଦିଆଯାଇଥିଲା ।

ପୁରୀରେ ରହିଣୀ ସମୟରେ ନେପାଳ ରାଜା ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚଢ଼ି ଶ୍ରୀଜିଉମାନଙ୍କୁ ପୂଜାର୍ଚ୍ଚନା କରିବେ । ଏହି ଅଧିକାର ଆଦ୍ୟସେବକ ଗଜପତି ମହାରାଜାଙ୍କ ନ ଥିବା ବେଳେ ନେପାଳ ରାଜାଙ୍କୁ ଏହା ଦିଆଯାଇଛି । ତାଙ୍କ ଗସ୍ତ ପାଇଁ ଶ୍ରୀକ୍ଷେତ୍ରବାସୀ ଅପେକ୍ଷାରତ ଥିବା ଜଣାପଡ଼ିଛି । କାରଣ ରାଜା ଜ୍ଞାନେନ୍ଦ୍ରଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହୋଇ ସାରିଛି ।

୧୧ ତାରିଖ ଦିନ ସେ ଶ୍ରୀମନ୍ଦିରର ପ୍ରବେଶ କରି ପୂଜାର୍ଚ୍ଚନା କରିବେ । ଏଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ । ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଂଟ ହୋଇନାହିଁ ବରଂ ନେପାଳ ନରେଶଙ୍କଠାରୁ ଆସିଥିବା ନୀତିନିର୍ଘଂଟରେ ଏହା ଉଲ୍ଲେଖ ରହିଛି । କୌତୁହଳପ୍ରଦ ହେଉଛି ଏହି ଦିନ ପଙ୍କୋଦ୍ଧାର ଏକାଦଶୀ।

ପଢନ୍ତୁ ;

ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି

Related posts

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

ENO Beuro

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ENO Beuro

Shiv Sundar Das Is The New Coach Of Odisha Cricket Team

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More