News

ଗଣଦୁଷ୍କର୍ମର ଶିକାର ହେଲେ ନେପାଳୀ ମହିଳା

ନେପାଳୀ ମହିଳାଙ୍କ ସହ ଦୁଷ୍କର୍ମ

ସ୍ୱାମୀଙ୍କୁ ଦେଖା କରିବା ପାଇଁ ସୀତାରଗଞ୍ଜ ଯାଉଥିବା ବେଳେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଦୁଇ ସେବାଦାର । ଗଣଦୁଷ୍କର୍ମର ଶିକାର ହୋଇ ମହିଳା ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ଦୁଇ ସେବାଦାରଙ୍କୁ ଗିରଫ କରିଛି ପୁଲିସ । ପୀଡ଼ିତା ନିଜ ବାପ ଘର ନେପାଳରୁ ଉତ୍ତରାଖଣ୍ଡର ସୀତାରଗଞ୍ଜକୁ ଯାତ୍ରା କରୁଥିଲେ । ସ୍ୱାମୀକୁ ଭେଟିବା ପାଇଁ ଯାଉଥିବା ବେଳେ ପାଲିରେ ଓହ୍ଲାଇ ସୀତାରଗଞ୍ଜ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ଠିକଣା ପଚାରିଥିଲେ ପୀଡ଼ିତା ।

ଅଧିକ ରାତି ହୋଇ ଯାଇଥିବାରୁ ଏକା ଯାତ୍ରା କରିବାକୁ ମନା କରିବା ସହ ପାଖରେ ଥିବା ଗୁରୁଦ୍ୱାରରେ ରହିବା ପାଇଁ କହିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ କଥା ମାନି ପୀଡ଼ିତା ନିଜ ୩ ବର୍ଷର ପୁଅ ଏବଂ ଦେଢ଼ ମାସର ପୁଅକୁ ଧରି ଗୁରୁଦ୍ୱାରରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଦୁଇ ସେବାଦାରଙ୍କ ସହ କଥା ହେବା ପରେ ସେମାନେ ପୀଡ଼ିତାଙ୍କୁ ରହିବା ପାଇଁ ଘର ଦେଇଥିଲେ । ରାତି ୧୦ଟା ସମୟରେ ପୀଡ଼ିତା ରହିଥିବା ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଦୁଇ ସେବାଦାର । ପୀଡ଼ିତା ମନା କରିବାରୁ ତାଙ୍କର ଦୁଇ ପିଲାକୁ ହତ୍ୟା କରିବାର ଧମକ ଦେଇଥିଲେ ସେବାଦାର ।

ଯାହା ପରେ ଚାହିଁ ମଧ୍ୟ ପୀଡ଼ିତା ନିଜକୁ ଗଣଦୁଷ୍କର୍ମରୁ ରକ୍ଷା କରି ପାରି ନଥିଲେ । ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଗରୁଦ୍ୱାରରେ ପହଞ୍ଚି ଦୁଇ ସେବାଦାରଙ୍କୁ ଗିରଫ କରିଛି ପୁଲିସ ।

ପଢନ୍ତୁ : ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ନିର୍ମିତ ଚାଲିଛି ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Related posts

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

୯ ରାଜ୍ୟରେ ତାଣ୍ଡବ ରଚୁଛି ବନ୍ୟା

Ratnamani Moharana

India Bags 7 Medals On The Opening Day Of The 22nd Asian Athletics Championships

ENO Beuro

1 comment

Leave a Comment