News

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଲେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଭାରତ ଗ୍ରସ୍ତରେ ମୁମ୍ବାଇରେ ବଲିଉଡ଼ର ହସ୍ତୀମାନଙ୍କୁ ଭେଟିଛନ୍ତି । ଏହି ଅବସରରେ  ସେ  କହିଛନ୍ତି, ଇଂରାଜୀରେ ଗୋଟିଏ ଶବ୍ଦ ହେଉଛି-ସ୍ପିଚଲେସ(ନିଃଶବ୍ଦ), ଯାହାକୁ ସେ ଜୀବନରେ ପ୍ରଥମ ଥର ଅନୁଭବ କରୁଛନ୍ତି । ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ, କରଣ ଜୋହର, ଇମିତ୍ୟାଜ ଅଲି, ମଧୁର ଭଣ୍ଡାରକର, ବିବେକ ଓବରାଏ, ପ୍ରଶୂନ ଯୋଶୀ ଆଦିଙ୍କୁ ଭେଟି ନେତନ୍ୟାହୁ ନିଜକୁ ବହୁତ ଖୁସି ଅନୁଭବ କରିଛନ୍ତି ।

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ନେତନ୍ୟାହୁ  କହିଲେ କି, ସେ ବଲିଉଡ୍‌କୁ ଭଲ ପାଆନ୍ତି।

କାର୍ଯ୍ୟକ୍ରମରେ ଭାଷଣ ଦେଇ ନେତାନ୍ୟାହୁ କହିଲେ: ମୁଁ ନିଜକୁ ବଡ଼ ବୋଲି ଭାବୁଥିଲି, ପରେ ଜାଣିଲି ଅମିତାଭ ବଚ୍ଚନଙ୍କର ମୋ ଠାରୁ ୩୦ ନିୟୁତ ଅଧିକ ଅନୁଗାମୀ ଅଛନ୍ତି।

ସେ ଆହୁରି କହିଲେ, ସାରା ଦୁନିଆ ବଲିଉଡ୍‌କୁ ସୁଖ ପାଆନ୍ତି, ଇସ୍ରାଏଲ୍‌ ବଲିଉଡ୍‌କୁ ଭଲ ପାଏ ଏବଂ ମୁଁ ମଧ୍ୟ ବଲିଉଡ୍‌କୁ  ଭଲ ପାଏ ।

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଇସ୍ରାଏଲ୍‌ ବିନିଯୋଗ ବିଷୟରେ କହି ନେତାନ୍ୟାହୁ କହିଲେ ଯେ ଇସ୍ରାଏଲ୍‌ ବଲିଉଡ୍‌ରେ ୪ ନିୟୁତ ସେକେଲ୍‌ସ୍‌ (ଇସ୍ରାଏଲୀୟ ମୁଦ୍ରା) ବିନିଯୋଗ କରିସାରିଛି।

ଇସ୍ରାଏଲ୍‌ର ପ୍ରାଯୁକ୍ତିକ ଅଗ୍ରଗତିରୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଉପକୃତ ହୋଇ ପାରିବ ବୋଲି ନେତାନ୍ୟାହୁ ଗୁରୁତ୍ୱ ଦେଇ କହିଛନ୍ତି।
ସେ କହିଲେ: ଖାଲି ଉନ୍ନତ ପ୍ରଯୁକ୍ତିବିଦ୍ୟା ନୁହେଁ, ଆମେ ଅତ୍ୟନ୍ତ ସୃଜନଶୀଳ। ଆପଣ ‘ହୋମ୍‌ଲ୍ୟାଣ୍ଡ୍‌’ ଏବଂ ‘ପିଓଡବ୍ଲୁ’ରୁ ଦେଖି ତାହା ଜାଣି ପାରିବେ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୋତାମାନଙ୍କୁ ଅଭିଭାଷଣ ଦେଇ ଫଡ଼ନବିଶ ବଲିଉଡ୍‌କୁ ପ୍ରଶଂସା କରିବା ସହ ଏଥିରେ ଇସ୍ରାଏଲ୍‌ର ଭାଗୀଦାରି ଆଶା କରିଥିଲେ। ସେ କହିଥିଲେ ଯେ , କେବଳ ଆଇଟି ଏବଂ ବାଣିଜ୍ୟ କ୍ଷେତ୍ରରେ ନୁହେଁ, ମନୋରଞ୍ଜନରେ ମଧ୍ୟ ଆପଣଙ୍କ ସହଯୋଗ ଚାହୁଁଛୁ ଆମେ।

ପଢନ୍ତୁ;

ଇତିହାସ ରଚିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି  

Related posts

ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

ENO Beuro

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

ENO Beuro

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ENO Beuro

Leave a Comment