VASTU

ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ

ଯଦି ଆପଣଙ୍କ ଘରେ କିମ୍ବା ଘର ଆଖପାଖରେ ଅଶ୍ୱସ୍ଥ ଗଛ  ମନକୁ ମନ ଉଠିଯାଇଛି ତାହେଲେ ଭୁଲରେ ମଧ୍ୟ ସେହି ଗଛକୁ ଓପଡିବେ ନାହିଁ | ଅଶ୍ୱସ୍ଥ ଗଛ ବହୁତ ଶୁଭ ଏବଂ ପବିତ୍ର  ଗଛ | ଏହି ଗଛରେ ଦେବାଦେବୀ ବାସ କରନ୍ତି | ଅଶ୍ୱସ୍ଥ ଗଛର ମୂଳକୁ କଦାପି କାଟିବେ ନାହିଁ | କାରଣ ଅଶ୍ୱସ୍ଥ ଗଛ ମୂଳରେ ଭଗବାନ ବିଷ୍ଣୁ, ବ୍ରହ୍ମ ଏବଂ ମହେଶ୍ୱର ବାସ କରନ୍ତି ବୋଲି ବିଶ୍ୱାସ ରହିଛି | ବାସ୍ତୁ ଅନୁଯାୟୀ  ଏହି ଗଛର ଅନେକ ମାହାତ୍ମ୍ୟ ରହିଛି।

ଅଶ୍ୱସ୍ଥ ଗଛକୁ ଏକ କୁଣ୍ଡରେ ଲଗାଇ ଦେଇ ତାକୁ ପାଖରେ ଥିବା କୌଣସି ମନ୍ଦିରରେ  ରଖିଦେବେ | କିନ୍ତୁ ଗଛକୁ ସ୍ଥାନାଂତର କରିବା ପୂର୍ବରୁ ଧୂପ ଦୀପ ଲଗାଇ ଗଛକୁ ପୂଜା  ନିଶ୍ଚୟ କରିବେ | ଏହାପରେ ସେଠାରୁ ଗଛକୁ ସାବଧାନତାର ସହ କାଢି ଅନ୍ୟ ଜାଗାରେ ଲଗାଇବେ | ଏହିଭଳି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ  ହୋଇଯିବ | ଏହାସହ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ |

ପଢନ୍ତୁ: ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Related posts

ଜୀବନରେ ହସ ଖୁସିର ରଙ୍ଗମଂଚ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ତରିକା!

ENO Beuro

ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

ENO Beuro

ଆପଣ ଭୁଲତରିକାରେ ଦୀପ ଜଳାଉଛନ୍ତି କି ? ଅସୁବିଧାରେ ପଡ଼ିପାରନ୍ତି ; ଜାଣନ୍ତୁ ଏହାର କାରଣ

ENO Beuro

4 comments

Leave a Comment