30.1 C
Bhubaneswar
October 22, 2021
EnewsOdia.Com
ବାସ୍ତୁ

ଜାଣନ୍ତୁ ସନ୍ଧ୍ୟାପରେ କଣ ଦାନ କଲେ ମାଡିଆସେ ବିପଦ

କୁହାଯାଏ, ଦାନ କରିବାଠୁ ଅଧିକ କିଛି ପୂଣ୍ୟ ନାହିଁ। ଯେତେ ଧର୍ମ କାର୍ଯ୍ୟ କଲେ ବି ଦାନ ନ କଲେ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଏପରିକି ବିଶେଷ ପୂଜା ଅବସରରେ ଖାସ୍‌ ଜିନିଷ ଦାନ କରିବାର ବିଧି ରହିଛି। ହେଲେ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ କି ସୂର୍ଯ୍ୟସ୍ତ ପରେ ଦାନ କଲେ ନିଜର ଅନିଷ୍ଟ ହୋଇଥାଏ। ସନ୍ଧ୍ୟା ପରେ ଏହି ଜିନିଷ ଦାନ କରୁଥିବା ବ୍ୟକ୍ତିଙ୍କ ଉପରକୁ ମାଡ଼ିଆସେ ଘୋର ଦାରିଦ୍ରତା । ଏପରିକି ଆର୍ଥିକ ଦୁସ୍ଥିତିର ବି ସାମନା କରିବାକୁ ପଡ଼ିପାରେ।

  • ଏପରି ବହୁ ଲୋକ ଅଛନ୍ତି, କୌଣସି ଉତ୍ସବକୁ ଯିବାର ଥିଲେ  ପାଖପଡ଼ୋଶୀ ତଥା ନିକଟ ସମ୍ପର୍କୀୟଙ୍କଠାରୁ ଭଲ ଡ୍ରେସ୍‌ ମାଗି ଆଣି ପିନ୍ଧି ଦେଇଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନ୍ୟର କପଡ଼ା, ଜୋତା, ଘଣ୍ଟା ଆଦି ପିନ୍ଧିବା ଉଚିତ ନୁହେଁ। ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଆଲର୍ଜୀ ସମସ୍ୟା ବି ଦେଖାଦେଇପାରେ। ଯଦି ସନ୍ଧ୍ୟା ପରେ  କିଏ ଆପଣଙ୍କ ଘଣ୍ଟା ମାଗୁଛି, ତେବେ ତାହାକୁ ଦେବାକୁ ଏଡ଼ାଇ ଯାଆନ୍ତୁ। କାରଣ ଏହାଦ୍ୱାରା ଆପଣଙ୍କ ମୁସ୍କିଲ ବଢ଼ିଯିବାର ଆଶଙ୍କା ରହିଛି।
  • ସୂର୍ଯ୍ୟାସ୍ତ ପରେ କେବେ କାହାକୁ ଉଧାର ଦିଅନ୍ତୁ ନାହିଁ। ବିଶ୍ୱା ରହିଛି ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ଉଧାର ଦେବା ନିମନ୍ତେ ଏହା ଉଚିତ ସମୟ ନୁହେଁ। ନଚେତ ଘରେ ଆର୍ଥିକ ସମସ୍ୟା ଦେଖାଦେଇପାରେ।
  • ସନ୍ଧ୍ୟା ପରେ ପାଖପଡ଼ୋଶୀଙ୍କୁ ଦାନରେ ଖଟା ଜିନିଷ  ଯେପରି ଦହି, ଆଚାର କେବେ ବି ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘରର ଲକ୍ଷ୍ମୀ ତାଙ୍କ ଘରକୁ ଚାଲିଯିବାର ବିଶ୍ୱାସ ରହିଛି।
  • ସନ୍ଧ୍ୟା ପରେ କାହାକୁ ଦାନ ସୂତ୍ରରେ ଲୁଣ, କିମ୍ବା ହଳଦୀ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ।

ପଢନ୍ତୁ: ରାଶିଅନୁସାରେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଏହି ଉପାୟରେ କରନ୍ତୁ ପୂଜା ମିଳିବ ଆଶ୍ରିବାଦ

Related posts

ଜାଣନ୍ତୁ ଚାନ୍ଦୀ ପାଉଁଜି ପିନ୍ଧିବାର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

Ratnamani Maharana

ଏହି ୩ଟି ନାମ ବାଲା ଝିଅ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ଜାଣନ୍ତୁ କିପରି

Ratnamani Maharana

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More