ASTRO

ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

ଦାନ କରିବା ଠାରୁ ପୂଣ୍ୟ କର୍ମ ଦୁନିଆରେ କିଛି ନାହିଁ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ପ୍ରକାର ଦାନର ଅଲଗା ପ୍ରକାର ମହତ୍ଵ ରହିଛି । ଦାନ ଅନେକ ପ୍ରକାରର , ଯଥା ଅନ୍ନଦାନ , ବସ୍ତ୍ରଦାନ, ଗୋ-ଦାନ , କନ୍ୟା ଦାନ , ରକ୍ତ ଦାନ । କଣ ଦାନ କଲେ କେଉଁ ପୂଣ୍ୟ ମିଳେ ତାହା ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ମାତ୍ର କେତେ ଥର ଭୁଲ ଜିନିଷ ବା ଭୁଲ ପ୍ରକ୍ରିୟାରେ ଦାନ କରିବା ଦ୍ଵାରା ସୁଫଳ ବଦଳରେ ଓଲଟା ଫଳ ମିଳେ । ଯେଉଁଥି ପାଇଁ ମନୁଷ୍ୟକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ଦାନ ଧର୍ମ କରିବା ପୂର୍ବରୁ ମଧ୍ୟ ଜ୍ୟୋତିଷ ଓ ପଣ୍ଡିତ ମାନଙ୍କ ମତାମତ ଜାଣିବା ନିହାତି ଆବଶ୍ୟକ । ରାଶି ଅନୁସାରେ ମଧ୍ୟ ଦାନ କରିବାର ବିଧି ରହିଛି । ତେବେ ଆସନ୍ତୁ ଜାଣିବା , ଆପଣଙ୍କ ରାଶି ଅନୁସାରେ ଆପଣ କଣ ଦାନ କରିବା ଅନୁଚିତ :-

ମେଷ – ସୂର୍ଯ୍ୟ ଦେବଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ମିଠା ଦ୍ରବ୍ୟ ଦାନ କରନ୍ତୁ ନାହିଁ

ବୃଷ – ଶନି ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ଲୌହ ବା ଲୌହ ନିର୍ମିତ ବସ୍ତୁ ଦାନ କରନ୍ତୁ ନାହିଁ

ମିଥୁନ – ଶୁକ୍ର ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ସବୁଜ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ

କର୍କଟ – ଚନ୍ଦ୍ର ଦେବଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ସୁନା ନିର୍ମିତ ଦ୍ରବ୍ୟ ଦାନ କରନ୍ତୁ ନାହିଁ

ସିଂହ – ମଙ୍ଗଳ ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । ଭୂମି କିମ୍ବା ମାଟିରେ ନିର୍ମିତ ବସ୍ତୁ ଦାନ କରନ୍ତୁ ନାହିଁ

କନ୍ୟା – ବୁଧ ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । ଦୁଗ୍ଧ କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ଦାନ କରନ୍ତୁ ନାହିଁ

ତୁଳା – ଶନି ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି କଳା ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ

ବିଛା – ମଙ୍ଗଳ ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ

ଧନୁ – ସୂର୍ଯ୍ୟ ଦେବଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ମିଠା ଦ୍ରବ୍ୟ ଦାନ କରନ୍ତୁ ନାହିଁ

ମକର – ଶୁକ୍ର ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ତୈଳ ଜାତୀୟ ଦ୍ରବ୍ୟ ଦାନ କରନ୍ତୁ ନାହିଁ

କୁମ୍ଭ – ଶନି ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ସବୁଜ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ

ମୀନ – ମଙ୍ଗଳ ଗ୍ରହଙ୍କ ଅନୁସାରେ ଦାନ କରନ୍ତୁ ନାହିଁ । କୌଣସି ଲାଲ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ

ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

ପଢନ୍ତୁ, ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

Related posts

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

ENO Beuro

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

ENO Beuro

ନିଜ ପାପୁଲିର ବର୍ଣ୍ଣରୁ ଜାଣନ୍ତୁ ଆପଣଙ୍କ ସ୍ଵଭାବ , କେତେ ଭାଗ୍ୟଶାଳୀ ଅଟନ୍ତି ଆପଣ

ENO Beuro

2 comments

Leave a Comment