LIFESTYLE

ଆପଣଙ୍କ ସ୍ୱାମୀଙ୍କ ବିଷୟରେ ଏହି ୩ଟି କଥା କାହାକୁ ଜଣାନ୍ତୁ ନାହିଁ

ମହିଳାମାନଙ୍କ ଗପସପରେ ସବୁଠାରୁ ଅଧିକ ଆଲୋଚ୍ୟ ପ୍ରସଙ୍ଗ ଥାଏ ସେମାନଙ୍କ ସ୍ୱାମୀ ବା ପ୍ରେମିକଙ୍କ ବିଷୟ। ମହିଳାମାନେ ସାଙ୍ଗମାନଙ୍କ ମେଳରେ ସେମାନଙ୍କ ପ୍ରେମିକ ବା ସ୍ୱାମୀଙ୍କ ବିଷୟରେ ସବୁ କଥା ଖୋଲି କରି କହି ଦେଇଥାନ୍ତି । କିନ୍ତୁ ତାହାର ପ୍ରଭାବ ସେମାନଙ୍କ ସାଥୀ ଉପରେ କିପରି ପଡ଼ିବ ତାହା ସେମାନେ ଭାବି ନ ଥାନ୍ତି । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ସେ ବିଷୟରେ ଥରେ ଭାବନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସାଥୀକୁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେ ବିଷୟରେ ଭାବନ୍ତ ।

ସ୍ୱାମୀଙ୍କ ବିଷୟରେ ଏହି ୩ଟି କଥା କାହାକୁ ଜଣାନ୍ତୁ ନାହିଁ

ସଂପର୍କ ଭିତରେ ଝଗଡ଼ା ହେବା ସ୍ୱାଭାବିକ କଥା, କିନ୍ତୁ ସେ ଝଗଡ଼ା ବିଷୟରେ ଅନ୍ୟକୁ ଜଣାଇବା ଏକ୍‌ଦମ୍‌ ଭୁଲ୍‌ । ବେଳେବେଳେ ମହିଳାମାନେ ନିଜର ଘରୋଇ ଝଗଡ଼ା ବିଷୟ ବାପଘରେ କହିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ସାନ୍ତ୍ୱନା ତ ମିଳିଯାଏ, କିନ୍ତୁ ସ୍ୱାମୀଙ୍କ ପ୍ରତି ତାଙ୍କ ଘରଲୋକଙ୍କ ଦିୃଷ୍ଟିରେ ଥିବା ସମ୍ମାନ କମ୍‌ ହୋଇଯାଏ । ସେଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ା କାହାକୁ ନ କହି ନିଜ ନିଜ ଭିତରେ ସମାଧାନ କରିବା ଭଲ ।

ଯଦି ଆପଣଙ୍କ ସ୍ୱାମୀଙ୍କୁ କିଛି ଜିନିଷକୁ ଡର ଲାଗୁଥାଏ ବା ତାଙ୍କୁ କୌଣସି ରୋଗ ହୋଇଥାଏ ତେବେ ସେ ବିଷୟରେ କାହାକୁ କୁହନ୍ତୁ ନାହିଁ । ଯଦି ଆପଣ ସେ ବିଷୟରେ କାହାକୁ କୁହନ୍ତି ତେବେ ଲୋକମାନେ ଆପଣଙ୍କ ସ୍ୱାମୀଙ୍କୁ ଥଟା କରିବା ଆରମ୍ଭ କରିଦେବେ ଯାହାଦ୍ୱାରା ତାଙ୍କର ଆତ୍ମବିଶ୍ୱାସ କମ୍‌ ହେବା ସହ ସେ ଏକା ରହିବାକୁ ଲାଗିବେ ।

ବାହାଘର ପରେ ଯେଉଁଠିକୁ ବି ଆପଣମାନେ ଯାଉଥିବେ, ସେଠି ଆପଣଙ୍କ ସ୍ୱାମୀ କ’ଣ କରୁଛନ୍ତି ଏବଂ ତାଙ୍କର ମାସିକ ଦରମା କେତେ ତାହା ସମସ୍ତେ ପଚାରିଥାନ୍ତି । ଯଦି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ ସେମାନଙ୍କୁ କେବେହେଲେ ନିଜ ସ୍ୱାମୀଙ୍କର ଦରମା ବିଷୟରେ କୁହନ୍ତୁ ନାହିଁ । କାରଣ ଆଜି ବି ଲୋକମାନେ ଅନ୍ୟର ସଂପତ୍ତି ଏବଂ ଟଙ୍କା ଦେଖି ସମ୍ମାନ ଦେଇଥାନ୍ତି ।

ପଢନ୍ତୁ ;

ଆମେ ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ଯାହା ବିଦେଶରୁ ଆସିଛି

Related posts

ଆପଣ ଜାଣିଛନ୍ତି କି? ଆଖି ଡୋଳାର ରଙ୍ଗ ଦ୍ୱାରା ଜଣାପଡିଥାଏ ବନ୍ଧୁଙ୍କର ଚରିତ୍ର ! ଜାଣନ୍ତୁ କିପରି?

ENO Beuro

ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌, ଦୂର ହେବ ଅନେକ ସମସ୍ୟା

ENO Beuro

Leave a Comment