LIFESTYLE

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

ଆମ  ଦିନର ଆରମ୍ଭ ଯେମିତି ହୋଇଥାଏ ସେହି ଅନୁସାରେ ଦିନଟି ମଧ୍ୟ କଟିଥାଏ । ଦିନର ଆରମ୍ଭ ଆମର ସାରା ଦିନର ସ୍ଵାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବା ସ୍ଵାସ୍ଥ୍ୟପକ୍ଷ ହିତକର ହୋଇଥାଏ । ମାତ୍ର ଏମିତି କିଛି କାମ ରହିଛି ଯାହା ସକାଳୁ କଲେ ଆପଣ ଅନେକ ରୋଗର ଶୀକାର ହୋଇପାରନ୍ତି। ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ।

ଶଯ୍ୟାତ୍ୟାଗ କରିବା ପରେ ପୁଣି ଶୋଇ ରହିବା :-

ଏମିତି କିଛି ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଶଯ୍ୟାତ୍ୟାଗ କରିବା ପରେ ଘରେ ପୁଣି ଥରେ ଏଣେ ତେଣେ ଗଡେଇ ହୁଅନ୍ତି । ଅଧିକାଂଶ ଲୋକ ଏମିତି ବି ଥାଆନ୍ତି ଯେଉଁମାନେ ସକାଳେ ଉଠିବା ପସନ୍ଦ କରି ନ ଥାଆନ୍ତି । ଯାହା କି ଖରାପ ଅଭ୍ୟାସ । ଏହା ଦ୍ଵାରା ଆପଣଙ୍କର ନିଦ ପୁରା ହୋଇନଥାଏ ଏବଂ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ନିଜର ଦୈନନ୍ଦୀନ କାର୍ୟ୍ୟ ଉପରେ କୁପ୍ରଭାବ ପକାଇଥାଏ।

ସକାଳର ଆରମ୍ଭ କଫି ସହିତ କରିବା  :-

ଅଧିକାଂଶ ଲୋକେ ଏମିତି ଥାଆନ୍ତି ଯେଉଁମାନେ ସକାଳର ଆରମ୍ଭ କଫି କପ୍ ସହିତ କରନ୍ତି ।ସକାଳେ କଫି ପିଇବା ଶରୀରର କାର୍ଟିସୋଲ(ଏକ ହର୍ମନର ନାମ, ଯାହା ପ୍ରୋଟିନ ଏବଂ କାର୍ବୋହାଇଡ୍ରେଜ ମେଟାବଲିଜମରେ ସକ୍ରିୟ ଭୂମିକା ନିଭାଇଥାଏ) ସ୍ତରକୁ  ଅଧିକ ବଢ଼ାଇଥାଏ।ତେଣୁ ସକାଳୁ ଉଠିବା ମାତ୍ରେ କଫି ପିଅନ୍ତୁ ନାହିଁ। ସକାଳେ କିଛି କାମ କରିବା ପରେ କଫି ପିଅନ୍ତୁ, ଯାହା ଶରୀର ପାଇଁ ଲାଭଦାୟକ ହେବ ।

ଉଠିବା ପରେ ଧୂମ ପାନ କରିବା :-

ସକାଳୁ  ଉଠିବା ମାତ୍ରେ ଧୂମ ପାନ କରିବା ଅଧିକ ବିପଦଜ୍ଜନକ ହୋଇଥାଏ । ଧୂମ ପାନ ଯେ କୌଣସି ସମୟରେ କଲେ ମଧ୍ୟ  ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଏଥିରେ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଉଠିବା ପରେ ଝଗଡା କରିବା :-

ସକାଳୁ ଉଠିବା ପରେ କାହାରି ସହିତ ଝଗଡ଼ା କରିବା ଉଚିତ୍ ନୁହେଁ । ଦିନର ଆରମ୍ଭ ସକରାତ୍ମକ କାମରୁ ଆରମ୍ଭ କରିବା ଉଚିତ । ସକାଳୁ ଉଠିବା ପରେ ଝଗଡା କରିବା ଦ୍ଵାରା ଦିନସାରା ନିଜର ମୁଡ ଖରାପ ରହିଥାଏ । ଏହା ସହିତ କୌଣସି କାମରେ ଆପଣ ନିଜର ଶତ ପ୍ରତିଶତ ଦେଇ ପାରିବେ ନାହିଁ ।
ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ slipping
ପଢନ୍ତୁ ;

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

Related posts

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା

Krishna Kumar Manoj

କର୍ମଜୀବୀ ମହିଳାଙ୍କ ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଟିପ୍ସ

Krishna Kumar Manoj

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More