VASTU

ଅଧିକ ରତ୍ନ ଧାରଣ ହୋଇପାରେ ଆପଣଙ୍କ ବିନାଶର କାରଣ: ଜାଣନ୍ତୁ କି କି ବିଷୟ ପ୍ରତି ରଖିବେ ଧ୍ୟାନ

କେତକ ଲୋକଙ୍କୁ ରତ୍ନ  ଧାରଣ କରିଥିବା ଦେଖାଯାଏ। କିଏ ସଉକ ପାଇଁ ପିନ୍ଧେ ତ କିଏ ଗ୍ରହମାନଙ୍କ ଦଶା କାଟିବା ପାଇଁ ପିନ୍ଧିଥାନ୍ତି। ଭାରତୀୟ ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି ଗ୍ରହର ଅଶୁଭ ପ୍ରଭାବକୁ ନଷ୍ଟ କରିବା ପାଇଁ ଏବଂ ଶୁଭ ଗ୍ରହର ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବା ପାଇଁ କୁହାଯାଇଥାଏ | ପଣ୍ଡିତ ଦୟାନନ୍ଦ ଶାସ୍ତ୍ରୀଙ୍କ କହିବାନୁଯାୟୀ, ଶତ୍ରୁ ଗ୍ରହଙ୍କ ରତ୍ନ ଏକସଙ୍ଗେ ଧାରଣ କରିବା ଦ୍ୱାରା ଶାରୀରିକ, ମାନସିକ କିମ୍ବା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ | ଯାହାଫଳରେ ମଣିଷର ସ୍ୱଭାବ  ଏବଂ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଯିବା ସହ ମଣିଷକୁ ବିନାଶ  ଦିଗକୁ ଟାଣି ନେଇଥାଏ।

 

ହୀରା

ଶୁକ୍ରଙ୍କ ରତ୍ନ ହୀରା | ହୀରା ସହିତ ମାଣିକ୍ୟ, ମୋତି, ମୁଙ୍ଗା ଏବଂ ପୋଖରାଜ ଧାରଣ କରିବା ଉଚିତ ନୁହେଁ | କାରଣ ଏମାନେ ରବି, ଚନ୍ଦ୍ର, ମଙ୍ଗଳ ଏବଂ ବୃହସ୍ପତିଙ୍କ ରତ୍ନ | ହୀରା ସହିତ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଧନ ହାନି ହୋଇଥାଏ |

ଲୀଳା

ଶନିଙ୍କ ରତ୍ନ ନୀଳା | ନୀଳା ସହିତ ରବି, ମଙ୍ଗଳ, ଚନ୍ଦ୍ର ଏବଂ ବୃହସ୍ପତିଙ୍କ ରତ୍ନ ଅର୍ଥାତ ମାଣିକ୍ୟ, ମୁଙ୍ଗା, ମୋତି ଏବଂ ପୋଖରାଜ ଧାରଣ କରିବା ଅନୁଚିତ | ଏସବୁ ରତ୍ନ ପିନ୍ଧିବା ଦ୍ଵାରା ସ୍ୱାସ୍ଥ୍ୟଗତ ଓ ଦୁର୍ଘଟଣାର ମଧ୍ୟ ଆଶଙ୍କା ଥାଏ।

ମୋତି

ଚନ୍ଦ୍ରଙ୍କ ରତ୍ନ ହେଲା ମୋତି | ମୋତି ସହିତ ହୀରା, ପନ୍ନା, ନୀଳା, ଗୋମେଦ ଏବଂ ବୈଦୁର୍ଯ୍ୟ ମଣି ଧାରଣ କରିବା ଦ୍ୱାରା ନିଦ ଭଲ ହୋଇନଥାଏ | ଏହାଛଡା ମନ ଅଶାନ୍ତ ରହେ, କାର୍ଯ୍ୟରେ ମନ ଲାଗେ ନାହିଁ ଏବଂ ମଣିଷ ମାନସିକ ଅବସାଦର ଶିକାର ହୋଇଥାଏ |

ପୋଖରାଜ

ବୃହସ୍ପତିଙ୍କ ରତ୍ନ ପୋଖରାଜ | ପୋଖରାଜ ସହିତ ପାନ୍ନା, ନୀଳା ଏବଂ ଗୋମେଦ ଧାରଣ କରିବା ଅନୁଚିତ | କାରଣ ଏମାନେ ଗୁରୁ ଏବଂ ଶୁକ୍ରଙ୍କ ପରମ ଶତ୍ରୁ |

ପଢନ୍ତୁ: ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

Related posts

ଆସନ୍ତୁ ଜାଣିବା କେଉଁ ଆଙ୍ଗୁଠିରେ ମଥାରେ ତିଲକ ଲଗାଇଲେ ଶୁଭଫଳ ମିଳିଥାଏ?

ENO Beuro

କେଉଁ ସ୍ଥାନରେ କେଉଁ ଫଟୋ ରଖିଲେ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ ହୁଏ , ଜାଣନ୍ତୁ

ENO Beuro

ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

ENO Beuro

Leave a Comment