• Home
  • Movie News
  • ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା
Movie News

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

ନୂଆ ନାୟିକା ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି ।

ନବାଗତା ଆହାନା, ତାଙ୍କର ଖୁସି କହିଲେ ନସରେ । କିଛିମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର “ଭୈରବ” ର ନାୟିକା ଭାବରେ ବ୍ରେକ ମିଳିଥିଲା ତାଙ୍କୁ । ଏବେ ସେ ଆଉ ଏକ ଚଳଚ୍ଚିତ୍ରର ଫିମେଲ ଲିଡରେ ଅଭିନୟ କରୁଛନ୍ତି । ଏହାର ଟାଇଟଲ ରହିଛି ବ୍ଲାକମେଲ । ମା ସିଂହାସନୀ ଫିଲ୍ମ୍ସ ବ୍ୟାନରରେ ଉକ୍ତ ଫିଲ୍ମର ଶୁଟିଙ୍ଗ ଚାଲୁ ରହିଛି ।

କାହାଣୀ ଅନୁସାରେ ହାଇଦ୍ରାବାଦରୁ ଫେରୁଥାନ୍ତି ଦୁଇ ସାଙ୍ଗ ନିଶା ଆଉ ପଲ୍ଲବୀ । ନିଶା ଭଲପାଏ ଦେବକୁ ଓ ଅନୁରାଗକୁ ଭଲପାଏ ପଲ୍ଲବୀ । କିନ୍ତୁ ଭୁବନେଶ୍ବରରେ ପହଞ୍ଚିବା ପରେ ନିଶା ଜାଣିବାକୁ ପାଏ ଯେ ଦେବ ଆକ୍ସିଡେଣ୍ଟ ରେ ମରିଯାଇଛି । କିନ୍ତୁ ଦେବ ଓ ଅନୁରାଗକୁ ନେଇ ସୃଷ୍ଟି ହୁଏ କୁହେଳିକା । ତାହାର ଫଳାଫଳ କଣ ହୁଏ, ତାହା ରହିଛି କାହାଣୀର ବିଷୟବସ୍ତୁ ।

ଏ ସମ୍ପର୍କରେ ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି ।

ସିନେମାର ପ୍ରଯୋଜନା ସହ ନାୟକ ଭୂମିକାରେ ଅଛନ୍ତି ଅର୍ଦ୍ଧେନ୍ଦୁ ଶେଖର ସାହୁ । ଖାସ କଥା ହେଲା, ଓଡିଆ ସିନେମା ଜଗତର ନାମୀ କୋରେଓଗ୍ରାଫର ଅମିତ ନାୟକ ଏହି ଛବିଟିରୁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମ ଆନନ୍ଦ । ସଂଳାପ ରଚନା ଦାଇତ୍ଵରେ ଅଛନ୍ତି ବାପୁ ଗୋସ୍ଵାମୀ ।

ଅର୍ଦ୍ଧେନ୍ଦୁ ଆହାନା ଙ୍କ ବ୍ଯତୀତ ବିଭିର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ତମନ୍ନା, ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା, ଗୁଡ୍ଡୁ ପ୍ରମୁଖ କଳାକାର ।

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି - ନୂଆ ନାୟିକା ଆହାନା  ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

Related posts

୨୦୧୭ ଓଡ଼ିଆ ଛବି ରେ ନବାଗତା ନାୟିକାମାନଙ୍କର ଓଡିଆ ସିନେମା ଜଗତ ଯାତ୍ରା

Krishna Kumar Manoj

Sweet Heart ::Commming on 18 Aug 2016

Jitendra

ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More