Loading...

ଘରୋଇ ବିଶେଷଜ୍ଞମାନଙ୍କୁ ଚାକିରି ଦେବ କେନ୍ଦ୍ରସରକାର

ଘରୋଇ ବିଶେଷଜ୍ଞମାନଙ୍କୁ ଚାକିରି ଦେବ କେନ୍ଦ୍ରସରକାର

ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ ପରାମର୍ଶ ଦିଆଯାଇଛି।

ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ ପରାମର୍ଶ ଦିଆଯାଇଛି। ପ୍ରାଇଭେଟ୍‌ ସେକ୍ଟରର ସ୍ପେଶାଲିଷ୍ଟମାନଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମୋଡ୍‌ରେ ସରକାରଙ୍କ ୧୨ ବିଭାଗ/ମନ୍ତ୍ରଣାଳୟରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାନୁସାରେ, ନିର୍ଦ୍ଦେଶକ ଓ ଉପସଚିବ ପଦରେ ସର୍ବଭାରତୀୟ ଏବଂ ଗ୍ରୁପ୍‌ ଏ ସେବା ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଥାଏ। ଏସମ୍ପର୍କିତ ବିସ୍ତୃତ ବିଜ୍ଞପ୍ତି ଏବଂ ଆଶାୟୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମେ’ ୨୦ରେ ପ୍ରକାଶ ପାଇବ। ପ୍ରାର୍ଥମାନେ ମେ’ ୨୦ରୁ ଜୁନ୍‌ ୧୯ ମଧ୍ୟରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ ଆବେଦନରେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ସାକ୍ଷାତ୍‌କାର ପାଇଁ ଶର୍ଟଲିଷ୍ଟ କରାଯିବ। ଲାଟେରାଲ ଏଣ୍ଟ୍ରି ଜରିଆରେ ପୂରଣ ହେବାକୁ ଥିବା ଖାଲି ପଦବୀ ସଂଖ୍ୟା ମଧ୍ୟ ମେ’ ୨୦ ବିଜ୍ଞାପନରେ ଉଲ୍ଲେଖ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.