Loading...

ଲୋକାର୍ପଣ ହେଲା ନୂଆ ବିଜେଡି ଅଫିସ ''ଶଙ୍ଖ ଭବନ''

ଲୋକାର୍ପଣ ହେଲା ନୂଆ ବିଜେଡି ଅଫିସ ''ଶଙ୍ଖ ଭବନ''

ଲୋକାର୍ପଣ ହେଲା ନୂଆ ବିଜେଡି ଅଫିସ ''ଶଙ୍ଖ ଭବନ''। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି ।

ଲୋକାର୍ପଣ ହେଲା ନୂଆ ବିଜେଡି ଅଫିସ ''ଶଙ୍ଖ ଭବନ''। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ଶଙ୍ଖ ଭବନକୁ ଉଦଘାଟନ କରିବା ଅବସରରେ ନବୀନ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଆ ଏଣିକି ଶୁଭ ଶଙ୍ଖର ସ୍ୱର ଶୁଣିବେ । ପବିତ୍ର ଅକ୍ଷୟ ତୃତୀୟା ଦିବସରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଗତ ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହାନ୍ ଆଦର୍ଶରେ ବିଜେଡି ଜନ୍ମଲାଭ କରିଥିଲା ।

ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦ୍‌ଘାଟନ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଅରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି ଅବସରରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖି କହିଛନ୍ତି, ‘ଆଗରୁ ଭଡ଼ାଘରେ କାମ କରାଯାଉଥିଲା । ବିଜେଡି ଏବେ ୧୧୦ କୋଟି ଟଙ୍କାରେ ଘର ଛିଡ଼ାକରିଛି । କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.