News

ସିବିଆଇ ଅନ୍ତିରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ନାଗେଶ୍ୱର ରାଓ

nageswar

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଏମ୍, ନାଗେଶ୍ୱର ରାଓ । ଆଜି ସେ ସିବିଆଇ ମୁଖ୍ୟ ଦପ୍ତରକୁ ଯାଇ ଦାୟିତ୍ୱ ନେଇଛନ୍ତି । ଆଲୋକ ବର୍ମା ଇସ୍ତଫା ଦେବା ପରେ ନାଗେଶ୍ୱର ରାଓଙ୍କୁ ମିଳିଛି ଏହି ପଦବୀ। ତେବେ ସେ ଦାୟିତ୍ୱ ନେବା ପରେ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଯେଉଁ ସବୁ ନିର୍ଦ୍ଦେଶ ଦେଇଥିଲେ, ସେବୁକୁ ବଦଳାଇ ଦେଇଛନ୍ତି।

nageswar

ସୂଚନା ଅନୁଯାୟୀ, ସିବିଆଇର କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ରାଓ ଗତ ଅକ୍ଟୋବର ୨୩ ତାରିଖରୁ ୨୦୧୯ ଜାନୁଆରି ୬ ତାରିଖ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କର ବଦଳି କରିଥିଲେ। ଆଉ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ କ୍ରମେ ପୁନଃ ଅବସ୍ଥାପିତ ହେବାର ୨୪ ଘଣ୍ଟା ଭିତରେ ଶ୍ରୀ ବର୍ମାଙ୍କ ସମସ୍ତ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କ ପସନ୍ଦର ଅଧିକାରୀମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନକୁ ଆଣିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ବଦଳି ସିବିଆଇ ଅଫିସରଙ୍କୁ ପୁଣି ପଦରେ ଅବସ୍ଥାପିତ କରିଛନ୍ତି ନାଗେଶ୍ୱର ରାଓ

ପଢନ୍ତୁ; ‘କନ୍ଦମୂଳ’ ହେଲା କୃଷି ଓଡିଶା ଲୋଗୋ

Related posts

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ENO Beuro

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ENO Beuro

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

ENO Beuro

Leave a Comment