POLITICALS

ମୋଦିଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

C

ଆସନ୍ତା ୩୦ରେ ଲଗାତର ଦ୍ବିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି  । ତାଙ୍କ ସହ ମନ୍ତ୍ରିମଣ୍ଡଳର ମଧ୍ୟ ଶପଥପାଠ ହେବ ।ମୋଦିଙ୍କ ଦ୍ବିତୀୟ ପାଳିର ମନ୍ତ୍ରିମଣ୍ଡଳରେ ପୂର୍ବ ଭଳି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ ଓରାମ୍  ସ୍ଥାନ ପାଇବା ପକ୍କା କୁହାଯାଉଛି । ଧର୍ମେନ୍ଦ୍ର ଯଦି ଅଧ୍ୟକ୍ଷ ହୁଅନ୍ତି ତେବେ ଓଡ଼ିଶାରୁ ମନ୍ତ୍ରୀଙ୍କ ମଧ୍ୟରେ ଜୁଏଲଙ୍କ ସହିତ ଅନ୍ୟ ଦୁଇଜଣ ସ୍ଥାନ ପାଇପାରନ୍ତି।

ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ଏକ ପ୍ରକାର ସ୍ପଷ୍ଠ ହୋଇଯାଇଛି ତେବେ ଏହି ତାଲିକାରେ ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ । ଏମାନଙ୍କ ମଧ୍ୟରୁ କାହାକୁ ମିଳିବ କ୍ୟାବିନେଟ ମନ୍ତ୍ରୀପଦ ଏହାକୁନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେହିପରି ବରଗଡ଼ରେ ବିଜୟୀ ହୋଇଥିବା ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ଦାବିଦାରୀ ବି ମଜବୁତ୍ ରହିଛି । ପଶ୍ଚିମବଙ୍ଗର ସହପ୍ରଭାରୀ ଦାୟିତ୍ବରେ ରହିଛନ୍ତି । ସେଠାରେ ବିଜେପିର ସଫଳତା ସୁରେଶଙ୍କ ଲବିକୁ ଷ୍ଟ୍ରଙ୍ଗ୍ କରିଛି । ତେବେ ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ମୋଦି ପ୍ରାଧାନ୍ୟ ଦେଇପାରନ୍ତି ବୋଲି କୁହାଯାଉଛି ।ଅନ୍ୟପକ୍ଷରେ, ନିଜର ସାଧାରଣ ଜୀବନ ଲାଗି ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ହେବା ସମ୍ଭାବନା ରହିଛି ।

Related posts

ନିର୍ବାଚନୀ ହିଂସାର ଶିକାର ହେଲେ ବିଜେପି ନେତା : ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Ratnamani Moharana

ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ENO Beuro

ବିଜେପିକୁ ଥରେ ସୁଯୋଗ ଦିଅ : ଅମିତ ଶାହ

ENO Beuro

Leave a Comment