Loading...

ପ୍ରଚାର ସରିଲେ ଗାଁ ଛାଡ଼ିବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ

ପ୍ରଚାର ସରିଲେ ଗାଁ ଛାଡ଼ିବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଆଉ ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ଆଉ ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଭିସି ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ଉଭୟ ପୌର ଓ ପଂଚାୟତ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଛି । ପଂଚାୟତ ନିର୍ବାଚନ ପାଇଁ ନୂଆ ସର୍କୁଲାର ଜାରି ହୋଇଛି । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ କୌଣସି ନେତା କି ଅନ୍ୟ ଅଂଚଳର ଲୋକ ରହିପାରିବେ ନାହିଁ ବୋଲି ନୂଆ ସର୍କୁଲାରରେ ନିର୍ଦେଶ ଦିଆଯାଇଛି। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ଗୀତ ବଜାଇବାକୁ ବାରଣ କରାଯାଇଛି ।

ଜିଲ୍ଲାପାଳମାନଙ୍କ ସହ ବୈଠକ ପରେ  ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେନି। ୧୪ ତାରିଖ ୭ଟା ପରେ କେହିବି ରହିପାରିବେନି। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ଼ ସ୍ପିକର ବନ୍ଦ କରାଯିବ। ସେହି ଅଞ୍ଚଳକୁ ଖାଲି କରାଯିବ। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ୩୦ ଜିଲ୍ଲା ୭୧ ବ୍ଲକ ୨୦୦ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯. ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ ।

ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଂଚିବେ । ସିସିଟିବିରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ । କେତେକ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି, ସେହି ସବୁ ବୁଥରେ ଅଧିକ ପୁଲିସ ମୁତୟନ କରାଯିବ। ସମ୍ବେଦନଶୀଳ ବୁଥରେ ଅଧିକ ପୁଲିସ ରହିବେ ଏବଂ ଭିଡିଓ ଗ୍ରାଫି କରାଯିବ। ସେହିପରି ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.