EnewsOdia.Com

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଗୋଟିଏ ସମୟରେ ହେବ ପରୀକ୍ଷା

 

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏକ ସମୟରେ ହେବ ପରୀକ୍ଷା ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏକକ ପ୍ରଶ୍ନ ପତ୍ର ପ୍ରସ୍ତୁତ ହେବ, ସ୍କୁଲ ପକ୍ଷରୁ ନୁହେଁ, ବିଭାଗ ପ୍ରସ୍ତୁତ କରିବ ପ୍ରଶ୍ନ ପତ୍ର । ପରୀକ୍ଷାଫଳ ସିଧାସଳଖ ଅଭିଭାବକଙ୍କ ପାଖକୁ ପଠାଯିବ ।  ଏହାଦ୍ବାରା ଶିକ୍ଷାର ମାନ ଵୃଦ୍ଧି ହେବ ବୋଲି ସରକାର ଆଶା କରୁଛନ୍ତି । ଦୁଇଟି  ପର୍ଯ୍ୟାୟରେ ଅର୍ଥାତ ଷ୍ଟେଜ-୧ ଓ ଷ୍ଟେଜ-୨ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ପୂର୍ବରୁ ଅନୁଷ୍ଠିତ ହେଉଥିବା ଷାଣ୍ମାସିକ ପରୀକ୍ଷାରେ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବା ସହ ଅଲଗା ସମୟରେ ପରୀକ୍ଷା କରାଯାଉଥିଲା। କେତେକ ଜିଲ୍ଲାସ୍ତରରେ ସହଜ ପ୍ରଶ୍ନପତ୍ର କରାଯାଉଥିବା ବେଳେ ଆଉ କିଛି ଜିଲ୍ଲାର ଛାତ୍ରଛାତ୍ରୀ କଷ୍ଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଥିଲେ। ତାହାକୁ ଦୃଷ୍ଟିରେ ରଖି ଏଥର ସାରା ରାଜ୍ୟ ପାଇଁ ଗୋଟିଏ ପ୍ରଶ୍ନପତ୍ର  କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶ୍ନପତ୍ର ପ୍ରସ୍ତୁତ ଲାଗି ଏସସିଇଆରଟି ଓ ଛାପିବା ପାଇଁ ଟିବିପି ଆଣ୍ଡ ଏମକୁ ଦାୟିତ୍ବ ଦିଆଯାଇଥିଲା। ସେହିଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉକ୍ତ ଦୁଇଟି ସଂସ୍ଥା ଇତିମଧ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଛପାଇବା କାର୍ଯ୍ୟ ଶେଷ କରିଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୬ ଲକ୍ଷ ଛାତ୍ରଛାତ୍ରୀ ଏଥର ଷାଣ୍ମାସିକ ପରୀକ୍ଷା ଦେବେ। ୮ଟି ଶ୍ରେଣୀ ପାଇଁ ୫୯ ବିଷୟରେ ମୋଟ ୩ କୋଟି ୬୦ ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି।

ପଢନ୍ତୁ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

 

ସମ୍ବନ୍ଧିତ ଖବର

ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

Ratnamani Maharana

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

ଭାରତ ଗସ୍ତ ସମୟରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ଟ୍ରମ୍ପ

Ratnamani Maharana

ଏବେ କିନ୍ନର ଆଦାୟ କରିବେ ବିଏମ୍‌ସି ଟିକସ

Ratnamani Maharana

କାହା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି !

Ratnamani Maharana

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ratnamani Maharana