News

ନ୍ୟୁ ଫରକ୍କା ଏକ୍ସପ୍ରେସ ଲାଇନଚ୍ୟୁତ, ୭ ମୃତ

ଉତ୍ତରପ୍ରଦେଶ ରାୟବରେଲୀର ହରଚନ୍ଦ୍ରପୁର ନିକଟରେ ଆଜି ସକାଳ ସମୟରେ ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୯ଟି ବଗି ଲାଇନ ଚ୍ୟୁତ ହୋଇଛି। ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି । ରାୟବରେଲି ଜିଲ୍ଲାର ହରଚନ୍ଦପୁର ରେଳ ଷ୍ଟେସନ ଠାରୁ ୫୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

train

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା ପ୍ରଶାସନ, ପୁଲିସ ଓ ଏନ୍‍ଡିଆରଏଫ୍‍ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି।

ଯାତ୍ରୀଙ୍କ କହିବା ଅନୁଯାୟୀ, ଷ୍ଟେସନ୍‍ରୁ ଟ୍ରେନ୍‍ ଛାଡ଼ିବାର କିଛି ସମୟ ପରେ ହଠାତ୍‍ ଜୋରରେ ଶବ୍ଦ ହୋଇଥିଲା। ତା ପରେ କିଛି ବଗି ଲାଇନ୍‍ଚ୍ୟୁତ ହୋଇ ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ରେଳ କର୍ତ୍ତୃପକ୍ଷ ଓ ପୁଲିସକୁ ଖବର ଦେଇଥିଲେ।

ପଢନ୍ତୁ; ଏସିଡ ମାଡରେ ଗୋଟିଏ ପରିବାରର ୩ଜଣ ଆହତ

Related posts

ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

ENO Beuro

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ !

ENO Beuro

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More