Loading...

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।

ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ଓ ନୂଆବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି। ବଡ଼ଦିନ ପାଳନ କେବଳ ଗୀର୍ଜା ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି।


ଅପରପକ୍ଷରେ ଜିରୋ ନାଇଟ୍ ସେଲିବ୍ରେସନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ କୌଣସି ପ୍ରକାରର କାର୍ଯ୍ୟକ୍ରମ କରିବାକୁ ବି ମନା କରାଯାଇଛି।ଜିରୋ ନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ନୂଆବର୍ଷ ପାଳନ ବନ୍ଦ ରହିବ। ପାର୍କ,କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ବାହାଘର ବ୍ୟତୀତ ଅନ୍ୟସବୁ ଉତ୍ସବ ଉପରେ ରୋକ୍ ଲଗାଯାଇଛି। ହେଲେ ରିସେପସନ୍ ଭୋଜିକୁ ବାରଣ କରାଯାଇଛି।

ପଢନ୍ତୁ: ଓମିକ୍ରନ୍ ପାଇଁ ବିଭିନ୍ନ ରାଜ୍ୟରେ ଲାଗୁହେଲାଣି ନାଇଟ କର୍ଫ୍ୟୁ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.