News

ବି.କେ ଶର୍ମା ହେଲେ ଇନ୍‌ଚାର୍ଜ ପୁଲିସ୍ ଡିଜି

Bk Sharma 750x430

ପୁଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ  ବିଜୟ କୁମାର ଶର୍ମାଙ୍କୁ  ଭାରପ୍ରାପ୍ତ  ଡିଜି ଭାବେ ଦାୟିତ୍ବ ଦିଆଯାଇଛି | ଏହାଛଡ଼ା ହେଡ୍ ଅଫ୍ ପୋଲିସ୍ ଫୋର୍ସ ଭାବେ ଦାୟିତ୍ୱରେ ରହିବେ ବିଜୟ । ତେବେ ୧୯୮୬ ବ୍ୟାଚରେ ଏହି ଆଇପିଏସ୍ ଅଧିକାରୀ ବର୍ତ୍ତମାନ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି ।ପୂର୍ବରୁ  ଭୁବନେଶ୍ବର-କଟକ  ପୁଲିସ କମିଶନର ଥିବା ବି.କେ.ଶର୍ମାଙ୍କ ଉପରେ ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଛନ୍ତି |

ଏଠାରେ ସୂଚନା ଥାଉ କି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଙ୍ଗଳବାର ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଏ ସଂକ୍ରାନ୍ତ ଫାଇଲକୁ ରାଜ୍ୟପାଳ ଅନୁେମାଦନ କରିବା ପରେ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିସହିତ ଡାକ୍ତର ଶର୍ମା ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଆବଶ୍ୟକ ସରକାରୀ ପ୍ରକ୍ରିୟା ଚୂଡାନ୍ତ ପରେ ଏ ଫାଇଲକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ ।

ପଢନ୍ତୁ: ଅନ୍ଧାରରେ ବାଲେଶ୍ଵର ଜିଲ୍ଲାପାଳ: ଅନଭିଜ୍ଞ ଅଡିଟରଙ୍କୁ ଦିଆଯାଉଛି ଅଡିଟ ଦାଇତ୍ଵ

Related posts

ବସରୁ ମିଳିଲା ୩୦ ବସ୍ତା କଏନ୍

ENO Beuro

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

ENO Beuro

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

ENO Beuro

Leave a Comment