ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

କେନ୍ଦ୍ରସରକାର ଦ୍ଵାରା ବିଭିର୍ଣ୍ଣ କ୍ଷେତ୍ରରେ ଆଧାର ସଂଯୋଗ ବାଧ୍ୟତାମୂଳକ ହେଇଛି । ସେହିଭଳି ମୋବାଇଲ ନମ୍ବରକୁ ବି ଆଧାର ଲିଙ୍କ କରିବାକୁ ଅନିବାର୍ଯ୍ୟ କରାଯାଇଛି। ମୋବାଇଲ ନମ୍ବର ଓ ଆଧାର ସଂଯୋଗ କରିବା ପାଇଁ ଟେଲିକମ୍ କମ୍ପାନି ତରଫରୁ ଏକ ନୂଆ ଉପାୟ ବାହାରିଛି । ଏହାଦ୍ୱାରା ସହଜ ଓ ଖୁବ ସୁବିଧାରେ ଆପଣ ଘରେ ବସି ଟେଲିକମ୍ ଅପରେଟର୍ସ ଏଜେଣ୍ଟ ଡାକି ଆଧାର ଲିଙ୍କ କରିପାରିବେ। ଡିସେମ୍ବର ୧ ତାରିଖରୁ ଟେଲିକମ୍ କମ୍ପାନିଙ୍କ ତରଫରୁ ବିଶେଷ ସୁବିଧା ପ୍ରଦାନ କରାଯିବ।

ଯଦି ଆପଣ କୌଣସି ଆଉଟଲେଟକୁ ଯାଇ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବାକୁ ଯାଉଛନ୍ତି ତେବେ ବାୟୋମ୍ୟାଟ୍ରିକ୍ ଭେରିଫିକେସନ୍ ଜରିଆରେ ଆପଣଙ୍କୁ ମାତ୍ର ୨୫ଟଙ୍କା ଚାର୍ଜ ଦେବାକୁ ପଡ଼ିଥାଏ।  କିନ୍ତୁ ନୂଆ ନିୟମ ଦ୍ଵାରା ଆପଣଙ୍କୁ ୨୦୦ଟଙ୍କା ଲେଖାଏଁ ଚାର୍ଜ ଦେବାକୁ ପଡ଼ିବ।

ତେବେ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ । ଏହି ସୁବିଧା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ରହିଛି। ଯେଉଁମାନେ ବୃଦ୍ଧ/ବୃଦ୍ଧା, ଦିବ୍ୟାଙ୍ଗ ଓ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନେ ହିଁ କେବଳ ଘରକୁ ଏଜେଣ୍ଟ ଡାକି ମୋବାଇଲ ନମ୍ବର ସହ ଆଧାର ଲିଙ୍କ କରିପାରିବେ ।

ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

ପଢନ୍ତୁ, ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ