ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର

ଅଭିନୟ ଜଗତକୁ ବହୁ ନୂଆ କଳାକାରଙ୍କ ପ୍ରବେଶ ହେଇଥାଏ । କେହି କେହି ସେମାନଙ୍କର ଦକ୍ଷତା ପ୍ରତିପାଦନ କରି ଅଭିନୟ ଜଗତରେ ଖୁବ ନାଁ କମେଇଥାନ୍ତି ତ କେହି କେହି ଗୋଟିଏ ଦୁଇଟି କାମ କରି ଏହି କ୍ଷେତ୍ରରୁ ସପୂର୍ଣ୍ଣ ଓହରି ଯାଇଥାନ୍ତି । ସେହିପରି ଏକ ନୂଆ କଳାକାର ଅଭିନୟ ଜଗତକୁ ଅଲ୍ହାଇଛନ୍ତି । ନାଁ ତାଙ୍କର ବାବି ଦାସ । ସଙ୍ଗୀତ, ନୃତ୍ୟ ଓ ଅଭିନୟରେ ରୁଚି ରଖିଥିବା ୨୪ ବୟସର ଏହି କଳାକାର ଏକ ସିନେମାରେ ନାୟକ ଭୂମିକା ତୁଲାଉଛନ୍ତି । ସିନେମାଟି ହେଲା “ହାର୍ଟଲେସ” । ଏହା ତାଙ୍କର ପ୍ରଥମ ସିନେମା ।

ଅଭିନୟ ପ୍ରତି ରୁଚି ରଖିଥିଲି ସତ କିନ୍ତୁ ଦିନେ ନିଜ ଜନ୍ତ୍ରୀ ବିଦ୍ୟାକୁ ଛାଡି ଏହି ଦିଗରେ ଆସିବି ବୋଲି ଭାବି ନଥିଲି ବୋଲି ଏହି ନାୟକଙ୍କ ମତ । ବାପା ବିକାଶ ଦାସଙ୍କ ନିର୍ଦେଶନାରେ ଅଭିନୟ କରୁଛି ଏବୋଂ ମୋ ବାପା ମୋ ପ୍ରେରଣା ସ୍ରୋତ ଅଟନ୍ତି ।  ସିନେମା ଜଗତରେ ସଫଳତା ପାଇବା ପାଇଁ ଏହି ଗୋଟିଏ ନୁହେଁ, ସିନେମା ପରେ ସିନେମା କରିଚାଲିବେ ବୋଲି କହନ୍ତି ଏହି ନାୟକ ।

ହାର୍ଟଲେସ ଏକ ପ୍ରେମ ଓ ପ୍ରତାରଣା ଭିତ୍ତିକ ଚଳଚ୍ଚିତ୍ର । ବିଏଫସି ବ୍ୟାନର ଦ୍ଵାରା ପ୍ରସ୍ତୁତ ଏହି ସିନେମାରେ  ଶିଲ୍ପା ଜେନା ବାବିଙ୍କ ବିପକ୍ଷରେ ନଜର ଆସିବେ । ନିର୍ଦେଶନା ସହ, ପ୍ରଯୋଜନା ଓ ସଙ୍ଗୀତ ନିର୍ଦେଶନା ଦାଇତ୍ଵ ମଧ୍ୟ ବିକାଶ ଦାସ ତୁଲାଉଛନ୍ତି ।

ଏହି ଭିର୍ଣ୍ଣ ସିନେମାଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ଵାସ ।

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି ନାୟକ

ପଢନ୍ତୁ,  ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More