Entertainment

ନୂଆ ଓଡିଆ ଚଳଚିତ୍ର ଚାମ୍ପିଅନର ଶୁଭ ମହୁରତ

ଚାମ୍ପିଅନ ସିନେମାର ଶୁଭ ମହୁରତ

ଆମେ ସମସ୍ତେ ଜାଣିଛନ୍ତି, ଆଜିର ସମାଜର ନାରୀର ସ୍ଥିତି କେଉଁଠି ? ସମସ୍ତ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରଖିଥିବା ନାରୀଶକ୍ତି ଆଜି ସମାଜରେ ଅବହେଳିତ। ଯେତେବେଳେ କି ଏହି ସମସ୍ୟାର ସମାଧାନ ଲାଗି ତାକୁ ନିଜକୁ ହି ସମାଜ ସହ ଲଢିବାକୁ ପଡିବ। ଏହିପରି ନାରୀର ଚରିତ୍ରକୁ ଆଖିଆଗରେ ରଖି ତିଆରି ହେବାକୁ ଯାଉଛି ଆମ ସିନେମା।

ଆଜିକାଲି ଟିଭିରେ cartoon ଦେଖି ପିଲା ମାନେ impress ହୁଅନ୍ତି। ଡ଼ୋରେମ୍ୟାନ୍ ଯଦି ସ୍ପାଇଡର ମ୍ୟାନ ହୁଏ , ଏମାନେ ଘରେ ସ୍ପାଇଡର ମ୍ୟାନ ହୁଅନ୍ତି। ଠିକ ସେହିପରି ଆମ ସିନେମାରେ heroin ପିଲାଦିନରୁ ଟିଭିରେ boxing match ଦେଖି ନିଜେ boxer ବନିବାକୁ ଇଚ୍ଛା ପ୍ରକାଶ କରନ୍ତି।

ଆମ ସିନେମାରେ ନାୟିକା ଜଣେ ଚାଷିର ଝିଅ। ସେ ଚାଷୀମାନଙ୍କ ସାଙ୍ଗରେ ରହି ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥାନ୍ତି। ସେମାନଙ୍କ ସମସ୍ୟାରେ, ସେ ଆଗରେ ଠିଆ ହୋଇ ସଭିଙ୍କ ଭଲ ପାଇଁ ଲଢନ୍ତି। ଏହିପରି ଗାଁ କୁ ଭଲପାଉଥିବା ଝିଅଟିକୁ ଦିନେ ବାଧ୍ୟ ହୋଇ ସହରକୁ ଯିବାକୁ ପଡେ। ସହରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜକୁ ସାହସମନା କରି ଯାତ୍ରା ମଞ୍ଚଉପରେ ଲାଳପାନ ବିବି ସାଜି ସଭିଙ୍କୁ ସାମ୍ନାକୁ ଆସନ୍ତ। jollywood ଜଗତର ଏହି ଚରିତ୍ରର ପାଗଳ ବନିଯାଆନ୍ତି ସାରା ଓଡିଶାର ଯୁବକମାନେ।

କିନ୍ତୁ ଭାଗ୍ୟରେ ରଚନା ଟିକେ ଅଲଗା ହିଁ ଥାଏ । ଏହି ସମୟରେ ନାୟିକାଙ୍କ ମନରେ ଥିବା boxer ବନିବାର ଇଛାକୁ ପୂରଣ କରିବା ପାଇଁ ସୁଯୋଗ ମିଳେ । ସେଇଠୁ ଲାଲ୍ ପାନ ବିୱିଙ୍କ ଆଉ ଏକ ଅବତାର ସାମ୍ନାକୁ ଆସେ ।  କିନ୍ତୁ ଭାରତରେ sports talent ଥିବା ଖୁବ କମ ବ୍ୟକ୍ତି ବିଶେଷ ଲୋକ ଲୋଚନକୁ ଆସିବାର ସୁଯୋଗ ପାଇଥାଆନ୍ତି । ରାଜ୍ୟ , ଜାତୀୟ ସ୍ତରରେ ନା କମେଇବା ପରେ ନାୟିକା ଜଣକ ସମାଜ , ସାମାଜିକ ବ୍ୟବସ୍ଥା ଓ ସରକାରୀ କର୍ମକର୍ତ୍ତା ମାନଙ୍କ ସହ ସାଧାରଣ ଜନତାଙ୍କ ପାଇଁ ଲଢିବାକୁ ଆଗେଇ ଆସନ୍ତି ।

ତା ପରେ media ର ସାହାଯ୍ୟ ପାଇ ସେ କିପରି ଆନ୍ତର୍ଜାତୀୟ boxing tournament ରେ ବିଜୟ ହାସଲ କରି ଭାରତକୁ ଗୌରବ ଆଣି ଦେଉଛନ୍ତି ତାହା ଆପଣ ମାନେ Dongyue Entertinment ବ୍ୟାନରରେ N. Gangadhar ଏବଂ Deepti ଙ୍କ ମିଳିତ ପ୍ରଯୋଜନାରେ ରଙ୍ଗିଲା ଟୋକା , ଚଉକା ଛକା , କେହି ଜଣେ ଭଲ ଲାଗେରେ , ଗପ ହେଲେ ବି ସତ , ଜଗା ହାତରେ ପଘା , ବେବି , ଅଗସ୍ତ୍ୟା ଓ ଅଭୟ ପରି ସୁପର ହିଟ୍ ସିନେମା ଓଲିଉଡକୁ ଭେଟି ଦେଇଥିବା ସଫଳ ନିର୍ଦେଶକ K. Murali Krishna ଙ୍କ ନିର୍ଦେଶନାରେ  ଆପଣମାନେ ଦେଖିବାକୁ ପାଇବେ ସିନେମା CHAMPION ।

ପଢନ୍ତୁ ;

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି

Related posts

“ବୋବାଲ ଟୋକା”ର ଅଡିଓ ରିଲିଜ୍ ହେଲା

ENO Beuro

୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

ENO Beuro

ଫିଲ୍ମ ଫ୍ରାଇଡେ: ପରଦାକୁ ଆସିଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ

ENO Beuro

1 comment

Leave a Comment