Video

“ଅନୁଭବ – ଏ ଲଭରବୟ” ସରୋଜ ବାରିକଙ୍କ ନିର୍ଦେଶନାରେ ଆଗାମୀ ଓଡିଆ ସିନେମା

"ଅନୁଭବ - ଏ ଲଭରବୟ" ସରୋଜ ବାରିକଙ୍କ ନିର୍ଦେଶନାରେ ଆଗାମୀ ଓଡିଆ ସିନେମା

“ଅନୁଭବ – ଏ ଲଭରବୟ” ସରୋଜ ବାରିକଙ୍କ ନିର୍ଦେଶନାରେ ଆଗାମୀ ଓଡିଆ ସିନେମା ଖୁବ ଶୀଘ୍ର ଶୁଟିଙ୍ଗ ଆରମ୍ଭ ହେବ । ଏବେ ପରଦାରେ ଅନୁଭବ ଏବଂ ବର୍ଷାଙ୍କ ପ୍ରେମକାହାଣୀ ଦେଖିବାକୁ ପାଇବେ ଦର୍ଶକ। ତେବେ ଏହାର କାହାଣୀ ଆମ ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ଏବଂ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ବାସ୍ତବ ଜୀବନର କାହାଣୀ ନୁହେଁ। ଅସଲ କଥା ହେଲା ଯେ ଏହି ସିନେମାର ନାୟକଙ୍କ ନାମ ରହିଛି ଅନୁଭବ ଏବଂ ନାୟିକାଙ୍କ ନାଆଁ ହେଲା ବର୍ଷା।

ଏଥିରେନାୟକ ଭୂମିକାରେ ଅଛନ୍ତି କ୍ରୀଷ୍ଣା-ଗୋବିନ୍ଦା ଫେମ୍‌ ସୂରଜ କୁମାର । ଆଉ ତାଙ୍କ ନାୟିକା ବନିଛନ୍ତି ପୁପୁଲ ଯିଏ କି ପୂର୍ବରୁ ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ନଜର ଆସିଥିଲେ ବଡ଼ପରଦାରେ ।ଏହି ସିନେମାରେ ପୁପୁଲଙ୍କୁ ଜଣେ କଲେଜ୍‌ ପଢ଼ୁଆ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ଏବଂ ତାଙ୍କ ପ୍ରେମିକ ଭୂମିକାରେ ଅଛନ୍ତି ସୂରଜ ।

ରଂଜନ-ଶଶୀ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ‘ଅନୁଭବ-ଏ ଲଭରବୟ’ର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ଜେନା,କାଳୀଚରଣ,ଦେବୀ ବାରିକ ପ୍ରମୁଖ ଅଛନ୍ତି ।‘ଅନୁଭବ-ଏ ଲଭରବୟ’ର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।

Related posts

Gulua Master Nka Patha Padha || EP # 1 || Mr.Gulua || Odia HD Videos

ENO Beuro

Prema Hela A New Odia Single Album Song HD Video

ENO Beuro

Udayan, Malobika And Shiva’s Movie Badmash Toka To Release On 15 September

ENO Beuro

1 comment

Leave a Comment