February 16, 2019

ଆହୁରି ତିନି ମାସର ଅପେକ୍ଷା ପରେ ନୂଆ ୨୦୦ ଟଙ୍କିଆ ନୋଟ ଏଟିଏମ ରେ ଉପଲବ୍ଧ ହେବ

ଆହୁରି ତିନି ମାସର ଅପେକ୍ଷା ପରେ ନୂଆ ୨୦୦ ଟଙ୍କିଆ ନୋଟ ଏଟିଏମ ରେ ଉପଲବ୍ଧ ହେବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପ୍ରଚଳିତ ନୂଆ ୨୦୦ ଟଙ୍କିଆ ନୋଟ ପ୍ରଚଳନର ଅନୁମତି ମିଳିଥିଲେ ମଧ୍ୟ ଏହା ବର୍ତମାନ ସୁଦ୍ଧା ଏଟିଏମ ରେ ଉପଲବ୍ଧ ହେଉନାହିଁ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଆହୁରି ୩ ମାସ ସମୟ ଲାଗିବ ଏହି ନୂଆ ନୋଟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ । ଏଟିଏମ୍‌ଗୁଡ଼ିକୁ ଏହି ନୋଟ୍‌ ପାଇଁ ରିକାଲିବ୍ରେସନ୍‌ କରିବାକୁ ପଡ଼ିବ ଯାହା ଏକ ଜଟିଳ ବ୍ୟାପାର ।

ଯେହେତୁ ଏହି ୨୦୦ ଟଙ୍କିଆ ନୋଟର ଆକାର ଅନ୍ୟ ନୋଟ ଗୁଡିକ ଠାରୁ ଭିର୍ଣ୍ଣ ତେଣୁ ଏହିଗୁଡିକ କିପରି ଭାବେ ଏଟିଏମ ରେ ଉପଲବ୍ଧ ହେବ ସେ ନେଇ ରିକାଲିବ୍ରେସନ୍‌ ପ୍ରସ୍ତୁତ ଚାଲିଛି । ରିକାଲିବ୍ରେସନ୍‌ ପାଇଁ ୯୦ ଦିନ ସମୟ ଦରକାର । ଏଟିଏମ୍‌ର ରିକାଲିବ୍ରେସନ୍‌ ପ୍ରୋସେସ ଠିକ ଭାବରେ ହେବା ଉଚିତ, ଯେମିତିକି ୨୦୦ ଟଙ୍କିଆ ସହ ଅନ୍ୟ ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଉଠାଇବା ପାଇଁ କିଛି ସମସ୍ୟା ଉପୁଜିବା ସେ ନେଇ କାମ ଚାଲିଛି ।

ଦେଶରେ ୬୦,୦୦୦ ଏଟିଏମ୍‌ ସ୍ଥାପନ କରିଥିବା କଂପାନି “ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍‌”ର ସିଏମ୍‌ଡି ରବି ବି ଗୋୟଲ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନିର୍ଦେଶ ବିନା ୨୦୦ ଟଙ୍କିଆ ପାଇଁ ଏଟିଏମ୍‌ଗୁଡ଼ିକର ରିକାଲିବ୍ରେସନ୍‌ କରାଯାଇପାରିବ ନାହିଁ। ସେ କହିଛନ୍ତି ପ୍ରଥମେ ଆମ ପାଖରେ ୨୦୦ ଟଙ୍କିଆ ନୋଟ୍‌ ପହଞ୍ଚିବା ଦରକାର। ସେହି ନୋଟ୍‌ର ଆକାର ଅନୁଯାୟୀ ଆମେ ଏଟିଏମ୍‌ରେ ରଖାଯାଉଥିବା କ୍ୟାସେଟ୍‌ ପ୍ରସ୍ତୁତ କରିବୁ। ଏହା ପରେ ଏଟିଏମ୍‌କୁ ପରୀକ୍ଷା କରିବୁ। କ୍ୟାସେଟ୍‌କୁ ପୂର୍ଣ୍ଣ କ୍ଷମତାରେ ଉପଯୋଗ କରିବା ପାଇଁ ଆମକୁ ଆବଶ୍ୟକ ପରିମାଣର ନୋଟ୍‌ ମିଳିବା ଦରକାର ବୋଲି ସେ କହିଛନ୍ତି।

ଆହୁରି ତିନି ମାସର ଅପେକ୍ଷା ପରେ ନୂଆ ୨୦୦ ଟଙ୍କିଆ ନୋଟ ଏଟିଏମ ରେ ଉପଲବ୍ଧ ହେବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More