EnewsOdia.Com

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

ଆଉ ରାସ୍ତା ମଝିରୁ ଯାତ୍ରୀ ଉଠାଇ ପାରିବେନି ଅଟୋ ଚାଳକ। ଏକ ନିର୍ଦିଷ୍ଟ ଛକରୁ ଅଟୋ ବାହାରିବ, ଏକ ନିର୍ଦିଷ୍ଟ ଛକରେ ଅଟୋ ରହିବ। ମଝିରେ କେହି ଯାତ୍ରୀ ଉଠିପାରିବେ ନାହିଁ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୫ଟି ପ୍ରମୁଖ ଛକରେ ଅଟୋଷ୍ଟାଣ୍ଡ ଓ ବେ’ ଚିହ୍ନଟ ହୋଇଛି। ସେହି ଷ୍ଟାଣ୍ଡରେ ଅଟୋ ଚାଳକମାନେ ନିଜ ଗାଡ଼ି ପାର୍କ କରିବେ ଓ ବେ’ରୁ ଯାତ୍ରୀ ଉଠାଇବେ। କେହି ଅଟୋ ଚାଳକ ଏହି ନିୟମର ଖିଲାପ କଲେ କମିସନରେଟ ପୁଲିସ ତାଙ୍କଠାରୁ ଏକହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ହେଲେ ଅଟୋ ଜବତ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବ।

ରାଜଧାନୀରେ ଏବେ ଅଟୋ ସଂଖ୍ୟା ବହୁ ମାତ୍ରାରେ ବଢ଼ିଛି। ୩୦ହଜାରରୁ ଊର୍ଧ୍ବ ଅଟୋ ଚଳାଚଳ କରୁଛି। ଉପକଣ୍ଠରୁ ମଧ୍ୟ ଅଟୋ ରାଜଧାନୀକୁ ଆସୁଛି। କିନ୍ତୁ ଅଟୋ ଚାଳକମାନେ ମନଇଚ୍ଛା ପ୍ରତି ଛକରେ ଅଟୋ ପାର୍କିଂ କରୁଛନ୍ତି। ଅଟୋ ଚାଳକମାନଙ୍କ ବେପରୁଆ ଚାଳନା କାରଣରୁ ପ୍ରତିଦିନ ରାଜଧାନୀରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

କମିସନରେଟ୍‌ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଅଟୋ ପାର୍କିଂ କରି‌ବେ ଓ ଅଟୋ ବେ’ରୁ ଯାତ୍ରୀ ଉଠାଇବେ, ଛାଡ଼ି‌ବେ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ରାଜମହଲ, ବାଣୀବିହାର, କଳ୍ପନା ମ୍ୟୁଜିୟମ ଛକ, ଜୟଦେବବିହାର, ରସୁଲ୍‌ଗଡ଼ ଭଳି ୫ଟି ସ୍ଥାନରେ ଅଟୋ ପାର୍କିଂ ଓ ବେ ପାଇଁ ଚିହ୍ନଟ କରାଯାଇଛି। ଉକ୍ତ ଛକଗୁଡ଼ିକର ଚିହ୍ନଟ କରାଯାଇଥିବା ସ୍ଥାନରେ ହିଁ ‌ଅଟୋ ପାର୍କିଂ ହେବ।ପର୍ଯ୍ୟାୟକ୍ରମେ ରାଜଧାନୀର ସମସ୍ତ ସ୍ଥାନରେ ଏହି ନିୟମ ଲାଗୁ କରାଯାଇ ଅଟୋ ପାର୍କିଂ ସ୍ଥାନ ଚିହ୍ନଟ କରାଯିବ ବୋଲି ଟ୍ରାଫିକ୍‌ ଡିସିପି ନାଥ କହିଛନ୍ତି।

ପଢନ୍ତୁ: ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

ସମ୍ବନ୍ଧିତ ଖବର

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

Ratnamani Maharana