News

ଶ୍ରୀଲଙ୍କା ଆତ୍ମଘାତୀ ଆକ୍ରମଣ ପରେ ସରକାର ବୁର୍ଖା ଉପରେ ଲଗାଇଲେ ପ୍ରତିବନ୍ଧକ

ଏପ୍ରିଲ୍ ୨୧ ତାରିଖରେ ଖ୍ରୀଷ୍ଟିୟାନ୍ ସମୁଦାୟର ଇଷ୍ଟର ପର୍ବ  ସମୟରେ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ସ୍ଥାନର ଚର୍ଚ୍ଚକୁ ଆକ୍ରମଣ କରିବା ପାଇଁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ମୋଟ ୮ ଟି ବୋମା ବିସ୍ଫୋରଣ ହେଲା । ଯେଉଁଥିରେ ୨୫୩ ଜଣ ଲୋକ ଜୀବନ ହାରିଥିଲେ ଏବଂ ଶତାଧିକ ଲୋକ ଆହତ ହୋଇଥିଲେ ।ସିରିଏଲ୍ ବୋମା ବିସ୍ଫୋରଣ ପରେ ଏବେ ସେଠାକାର ସରକାରଙ୍କୁ କଡ଼ା ନିୟମ ଆପଣାଇବାକୁ ପଡିଛି । ଶ୍ରୀଲଙ୍କା ସରକାର ବୁର୍ଖା ଏବଂ ମୁହଁ  ଲୁଚାଇବା ଭଳି କପଡା ଉପରେ ରୋକ ଲଗାଇଛନ୍ତି ।

ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି , ଏଭଳି କପଡା ଯାହା ପୁରା ମୁହଁକୁ ଲୁଚାଉଥିବ ସେଭଳି କପଡା ପିନ୍ଧିବା ଉପରେ ସୋମବାରଠାରୁ ରୋକ ଲଗାଯାଉଛି । ଶ୍ରୀଲଙ୍କା ସଂସଦରେ ଏହା ପୂର୍ବରୁ ସଂସଦ ସୁରକ୍ଷା କାରଣରୁ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧ ଲଗାଇବାକୁ ନେଇ ପ୍ରସ୍ତାବ ଦିଆଯାଇଥିଲା । ସେଠାକାର All Ceylon Jamiyyathul Ulama (ACJU)  ନାମକ ସଂସ୍ଥାର ମୌଲବୀମାନେ ମଧ୍ୟ ସେଠାକାର ମହିଳାଙ୍କୁ ମୁହଁ ଲୁଚାଉଥିବା କପଡା ନ ପିନ୍ଧିବା ପାଇଁ କହିଥିଲେ । ଯାହାଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷା ବାଧାପ୍ରାପ୍ତ ନ ହେବ ।

Related posts

ସୁପ୍ରିମକୋର୍ଟରେ ଓଡିଶାକୁ ପୋଲାଭରମ୍ ଝଟକା: ପ୍ରକଳ୍ପ ନିର୍ମାଣରେ ରିହାତିଦେଶକୁ ନା

ENO Beuro

ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

ENO Beuro

ଭାରତୀୟ ବାୟୁସେନାର ସାମିଲ ହେଲା ‘ଚିନୁକ୍ ହେଲିକପ୍ଟର’

Ratnamani Moharana

Leave a Comment