Spread the loveଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବାକୁ ନେଇ ସୁପ୍ରିମ କୋର୍ଟରେ ଏକ ସ୍ଥାୟୀ କମିଟି ଗଠନ କରାଯିବ ବୋଲି ଗୁରୁବାର ଦିନ ବିଚାର ହେଇଛି । ଏହି ସ୍ଥାୟୀ କମିଟିଟି... ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବାକୁ ନେଇ ସୁପ୍ରିମ କୋର୍ଟର ନୂଆ ନିୟମ
Spread the love

ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବାକୁ ନେଇ ସୁପ୍ରିମ କୋର୍ଟରେ ଏକ ସ୍ଥାୟୀ କମିଟି ଗଠନ କରାଯିବ ବୋଲି ଗୁରୁବାର ଦିନ ବିଚାର ହେଇଛି । ଏହି ସ୍ଥାୟୀ କମିଟିଟି ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠନ କରାଯିବ । ଏଥିରେ ପାଞ୍ଚ-ଜଣିଆ ସଦସ୍ୟ ବିଶିଷ୍ଟ କମିଟି ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏବଂ ସମ୍ପୃକ୍ତ ବାର୍‌ର ଜଣେ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ପୂର୍ବରୁ ବରିଷ୍ଠ ଓକିଲ ପାହ୍ୟା ପ୍ରଦାନ କରିବା ନିମନ୍ତେ କେବଳ ବିଚାରପତିଙ୍କ ରାୟ ଯଥେଷ୍ଟ ଥିଲା । କିନ୍ତୁ ସବୁ ସମସ୍ୟାକୁ ଆଖିଆଗରେ ରଖି ଏହି ନିସ୍ପତି ନିଆଯିବ । ବରିଷ୍ଠ ପାହ୍ୟା ପାଇବାକୁ ହେଲେ ଓକିଲଙ୍କୁ ଆବେଦନ କରିବାକୁ ପଡିବ ଓ  ଆବେଦନକାରୀ ଓକିଲମାନଙ୍କର ସାକ୍ଷାତ୍‌କାର ନେଇ ସେମାନେ ଯୋଗ୍ୟ କି ନାହି ସ୍ଥାୟୀ କମିଟି ସ୍ଥିର କରିବ ।

ଆବେଦନକାରୀମାନଙ୍କ ପୃଷ୍ଠଭୂମୀ ଯାଞ୍ଚ କରି ବରିଷ୍ଠତା ପାଇବାକୁ ଆଶାୟୀ ଓକିଲମାନଙ୍କର ଏକ ଚିଠା ପ୍ରସ୍ତୁତି କରିବ । ତା’ପରେ ଭୋଟିଙ୍ଗ୍‌ ପାଇଁ ଏହି ତାଲିକାକୁ ଏକ ପୂର୍ଣ୍ଣ କୋର୍ଟକୁ ପଠାଯିବ । ଦୁଇ ବର୍ଷ ପରେ ଅମନୋନୀତ ଆଶାୟୀମାନେ ପୁନର୍ବିଚାର ଯୋଗ୍ୟ ହୋଇ ପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି । ଓକିଲମାନଙ୍କୁ ବରିଷ୍ଠତା ପ୍ରଦାନ କରିବାକୁ ଆବେଦନ ପତ୍ର ଠୁଳ ଏବଂ ବିସ୍ତତ ବିପରଣୀ ସଂଗ୍ରହ କରିବାକୁ ଏକ ସଚିବାଳୟ ସ୍ଥାପନ କରିବାକୁ ସୁପ୍ରିମ୍‌ କୋର୍ଟ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ବୃତ୍ତିଗତ ତ୍ରୁଟି ବିଚ୍ୟୁତି ଏବଂ ଅନ୍ୟାନ୍ୟ ପ୍ରମାଦରେ ଦୋଷୀ ବରିଷ୍ଠ ଓକିଲ ପାହ୍ୟା ପ୍ରତ୍ୟାହାର ବିଚାରର ସମ୍ମୁଖୀନ ହେବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି । ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ଠାରୁ ମଧ୍ୟ ଏହି ବରିଷ୍ଠତା ସର୍ତ୍ତ ଅଧିକ କଠୋର ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି ।

ପଢନ୍ତୁ, ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Your email address will not be published. Required fields are marked *