News

ନିର୍ବାଚନରେ ସ୍ବଚ୍ଛତା ଲାଗି ପାର୍ଥୀ ଦେବେ ବ୍ୟକ୍ତିଗତ ପ୍ରମାଣପତ୍ର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ

chief election commisener sunil arora take a step for fair ellection

୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମସ୍ତ ବ୍ୟକ୍ତିଗତ, ଅପରାଧିକ ଓ ୫ ବର୍ଷର ଆଇଟି  ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଇନକମ୍‌ ଟ୍ୟାକ୍ସ ବିଭାଗର ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।  ଯଦି କୌଣସି ପ୍ରାର୍ଥୀଙ୍କ ଇନକମ୍‌ ବିଷୟରେ ଖବର ମିଳେ ତେବେ ଟୋଲ ଫ୍ରି ନମ୍ବରରେ ଜଣାଇ ପାରିବେ।  ପ୍ରାର୍ଥୀମାନେ ନିଜ ନିଜ ଅପରାଧିକ  ରେକର୍ଡକୁ ଅତି କମ୍‌ରେ ୩ ଥର ଗଣମାଧ୍ୟମରେ ପ୍ରକାଶ କରିବେ । ଅପରାଧିକ ରେକର୍ଡ ସମ୍ପର୍କିତ ବିଜ୍ଞାପନ ଖର୍ଚ୍ଚ ପ୍ରାର୍ଥୀଙ୍କ ନାମରେ ପଡ଼ିବ ।  ପ୍ରାର୍ଥୀମାନଙ୍କ ଖର୍ଚ୍ଚ ନେଇ ୨ଟି ରେକର୍ଡ ରହିବ । ସବୁ ପ୍ରାର୍ଥୀ ପ୍ରାର୍ଥିପତ୍ରରେ ନିଜ ପ୍ୟାନ  ନମ୍ବର ଦେବେ । ପ୍ୟାନ ନଥିଲେ, ଆବେଦନ କରିଥିବା ଦର୍ଶାଇ ପ୍ରମାଣ ଦେବେ  ।

ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ୱେବସାଇଟ୍‌ରେ ପ୍ରାର୍ଥୀଙ୍କ ଅପରାଧ  ମାମଲା ସଂପର୍କରେ ଉଲ୍ଳେଖ କରିବା ସହ ଗଣମାଧ୍ୟମରେ ସୂଚନା ଦେବେ। ଏଥିସହ ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ। ସୋଶାଲ୍ ମିଡିଆରେ କୌଣସି ପ୍ରକାର ରାଜନୈତିକ ବିଜ୍ଞାପନ ପାଇଁ କମିଶନଙ୍କ ଆଗୁଆ ଅନୁମତି ନେବାକୁ ପଡିବ। ନିର୍ବାଚନୀ ଖର୍ଚ୍ଚ ସୀମା ଉପରେ ବି କଟକଣା ଜାରି କରାଯାଇଛି। ଏଥିସହ ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ ଲକ୍ଷ କରାଯାଇଥିବା ବେଳେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି.

ପଢନ୍ତୁ: ନବ ନିଯୁକ୍ତ ଡାକ୍ତରଙ୍କ ଧମକ: ଚାକିରିରେ ଯୋଗ ଦେବୁନି

Related posts

ପରଲୋକରେ ମହମ୍ମଦ ଅଜିଜ୍‌ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro

ପାକିସ୍ତାନର ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’ ଲଗାଇବେ ଭାରତୀୟ ଭୋଟର: ନରେନ୍ଦ୍ର ମୋଦି

Ratnamani Moharana

Leave a Comment