POLITICALS

ପଶ୍ଚିମବଙ୍ଗରେ ବିଜେପିର ନୂଆ ସ୍ଲୋଗାନ୍ ‘ଜୟ ମହାକାଳୀ ଜୟ ଶ୍ରୀରାମ’

Sri

ପଶ୍ଚିମ ବଙ୍ଗରେ ଜୟ ଶ୍ରୀ ରାମ ନାଁ   ଶୁଣିବା ପରେ ମମତାଙ୍କ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କରିବା ସହ ଛାଲ ଉତାରିଦେବି ବୋଲି କଡ଼ା ଚେତାବନୀ  ଦେଇଥିଲେ। ବିଜେପିକୁ ବାହାର ଲୋକଙ୍କର ପାର୍ଟି ବୋଲି ଏବଂ ଏହାର ସଦସ୍ୟମାନେ ପଶ୍ଚିମବଙ୍ଗର ସଂସ୍କୃତିକୁ ବୁଝିପାରନ୍ତି ନାହିଁ ବୋଲି କହି ଆକ୍ଷେପ କରିଥିଲେ। ଏହାର ପ୍ରତିବାଦରେ ବିଜେପି ନିଜର ପୁରୁଣା ସ୍ଲୋଗାନ୍ ଜୟ ଶ୍ରୀରାମ ସହିତ ଜୟ ମହାକାଳୀ  ଯୋଡ଼ିଛି । ଅର୍ଥାତ୍ ଏମେ ବିଜେପି କର୍ମୀମାନେ ଜୟ ମହାକାଳୀ, ଜୟ ଶ୍ରୀରାମ ସ୍ଲୋଗାନ୍ ଦେବେବୋଲି କହିଛନ୍ତି।

ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ପ୍ରଭାରୀ କୈଳାଶ ବିଜୟବର୍ଗୀୟ  ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସ  ସରକାରକୁ ରାଜ୍ୟରୁ ଗାଦିଚ୍ୟୁତ କରିବା ଯାଏଁ ପାର୍ଟି ନିଜର ଜିଦରେ ଅଟଳ ରହିବ । ଏଠାରେ ସୂଚନା ଯୋଗ୍ୟ ଯେ ବିଜେପି ଜୟ ଶ୍ରୀ ରାମ ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ମମତାଙ୍କ ନିବାସକୁ ପଠାଇବା ପାଇଁ କହିଥିଲା ।
ପଢନ୍ତୁ: ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିବା ନେଇ ମୁହଁ ଖୋଲିଲେ ଅଖିଳେଶ ଓ ମାୟବତୀ

Related posts

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Ratnamani Moharana

କର୍ଣ୍ଣାଟକ ରାଜନୀତିରେ କମ୍ପନ:ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ୨୨ ବିଧାୟକ

Ratnamani Moharana

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro

Leave a Comment