ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ ।
ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ । ସେଗୁଡିକ ହେଲା ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ଓ୍ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ ଓ ବେସିକ୍ ଆଇଟି ସ୍କିଲ୍ସ । ଏସବୁ ବିଷୟର ବହି ଗୁଡ଼ିକ ରାଜ୍ୟ ସରକାର ଯୋଗାଇଦେବେ । ଛାତ୍ରଛାତ୍ରୀ ଚାହିଁଲେ ନିଜ ପସନ୍ଦର ଲେଖକଙ୍କ ପୁସ୍ତକ ଆଣି ରିଭ୍ୟୁ ଲେଖିପାରିବେ ।୪ଟି ଯାକ ବିଷୟରେ ଛାତ୍ରଛାତ୍ରୀ ୨୫ ମାର୍କ ଲେଖାଏଁ ମୋଟ୍ ୧୦୦ ମାର୍କର ପରୀକ୍ଷା ଦେବେ । ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ଏ-ଗ୍ରେଡ୍, ୬୦ ରୁ ୮୦ ପ୍ରତିଶତ ରହିଲେ ବି, ୪୦ ରୁ ୬୦ ରହିଲେ ସି ଓ ୪୦ ପ୍ରତିଶତରୁ କମ୍ ମାର୍କ ରଖିଲେ ବି ଗ୍ରେଡ୍ ପାଇବେ ପରୀକ୍ଷାର୍ଥୀ । ଯେଉଁଠାରେ କମ୍ପୁଟର ଓ ଇଣ୍ଟରନେଟ୍ ସୁବିଧା ନଥିବ ସେଠାରେ ଅନ୍ୟ ତିନିଟି ବିଷୟରେ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ନବମରେ ଏହା ଲାଗୁ ହେବ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପିଲା ଏହି ପାଠ ପଢି ପରୀକ୍ଷା ଦେବେ । ମୋଟ୍ ୬୦୦ ମାର୍କ ବାଦ୍ ୧୦୦ ମାର୍କର ପରୀକ୍ଷା ଦେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏହି ମାର୍କ ଯଦିଓ ରେଜଲ୍ଟ ସିଟ୍ରେ ରହିବ, ମାତ୍ର ଏହାକୁ ସମୁଦାୟ ମାର୍କରେ ମିଶାଯିବ ନାହିଁ ।
ପ୍ରୋଜେକ୍ଟ ଓ୍ୱାର୍କରେ ପିଲାମାନେ ନିଜେ ଘରୁ ବିଭିନ୍ନ ସବ୍ଜେକ୍ଟରେ ପ୍ରୋଜେକ୍ଟ ପ୍ରସ୍ତୁତ କରିବେ । କୋ-କରିକୁଲାର ଆକ୍ଟିଭିଟିଜ୍ରେ ରହିବ ଯୋଗ, ସୁଇମିଂ, ଫିଜିକାଲ୍ ଓ କଲଚରାଲ ଡେଭେଲପମେଣ୍ଟ ସହ ଅନ୍ୟ ଫିଜିକାଲ୍ ଆକ୍ଟିଭିଟିଜ୍ । ସେହିପରି ବେସିକ ଆଇଟିରେ ରହିବ ଟାଇପିଂ ସ୍କିଲ୍, କମ୍ପୁଟର ନଲେଜ ସମ୍ପର୍କିତ ପାଠ । ପିଲାମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶକୁ ଗୁରୁତ୍ୱ ଦେଇ ଏହି ପାଠ୍ୟକ୍ରମକୁ ଲାଗୁ କରିଛି ବୋର୍ଡ । ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତ ହେଲା ଖୁବ ଶୀଘ୍ର ପାଠ୍ୟ ପୁସ୍ତକ ସରକାର ଯୋଗାଇ ଦିଅନ୍ତୁ । ସିବିଏସ୍ଇ ଭଳି ବୋର୍ଡ ଏସବୁ ବିଷୟକୁ ଲାଗୁ କରିଛି । ତେବେ କେତେ ଶୀଘ୍ର ପିଲାଙ୍କ ପାଇଁ ଷ୍ଟଡି ମାଟେରିଆଲ୍ ପହଞ୍ଚୁଛି ତାଉପରେ ନଜର ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।