News

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ଆମେରିକାରେ ସଡକ ଦୁର୍ଘଟଣା ରୋକିବା ପାଇଁ ଏକପ୍ରକାର ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବା ଉପରେ ଗୁରୁତ୍ଵାରୋପ କରାଯାଇଛି । ଏହା ଜ୍ଞାନକୌଶଳ ପ୍ରୟୋଗ କାଲେ ସମସ୍ତ ଗାଡି ପରସ୍ପର ସହ କଥା ହୋଇପାରିବେ । ଅର୍ଥାତ, ସେମାନେ କେତେ ବେଗରେ ଗତି କରୁଛନ୍ତି, କେଉଁ ଦିଗରୁ ଯାଉଛନ୍ତି , ସେମାନଙ୍କର ସ୍ଥିତି ଏବଂ ଆଉ କିଛି ତଥ୍ୟ ପରସ୍ପରକୁ ଜଣାଇବେ । ତାହା ପୁଣି ପ୍ରତି ସେକେଣ୍ଡରେ ଦଶ ଥର ।

ଏହି ଜ୍ଞାନକୌଶଳ କୁହାଯାଇଛି ‘ଭେହିକିଲ ତୁ ଭେହିକିଲ କମ୍ୟୁନିକେସନ’ (ଭି ଟୁ ଭି)। ଏହି ଟେକ୍ନୋଲୋଜିର ପ୍ରୟୋଗ କାଲେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ଆମେରିକୀୟ ପ୍ରଶାସନ ମନେକରୁଛି । କାରଣ ଏହାଦ୍ବାର ପ୍ରତ୍ୟେକ ଗାଡି ଜାଣିପାରିବ ଯେ , ଅନ୍ୟ କେଉଁ ଗାଡିର ତା’ ସହିତ ଧକ୍କା ହେବାର ସମ୍ଭାବନା ରହିଛି । ତେଣୁ ଦୁର୍ଘଟଣା ଏଡାଇବାକୁ ସିଏ ନିଜର ବେଗ ତଥା ଦିଗ ବଦଳାଇଦେବ । ଖାଲି ସେମିତି ନୁହେଁ , ଏହି ଟେକ୍ନୋଲୋଜି ମାଧ୍ୟମରେ ଗାଡିଗୁଡିକ ଟ୍ରାଫିକ ସିଗନାଲ ସହ ବି ସମ୍ପର୍କ ରକ୍ଷା କରିବେ । ସେମାନେ ଟ୍ରାଫିକ ପୋଷ୍ଟ ପାଖାପାଖି ହେଲା ବେଳକୁ ଟ୍ରାଫିକ ପୋଷ୍ଟକୁ ଗ୍ରୀନ ସିଗନାଲ ଦେବାକୁ ସୂଚନା ନେବେ । ଏହାଦ୍ୱାରା ସେମାନଙ୍କୁ ଅଯଥାରେ ଟ୍ରାଫିକ ପୋଷ୍ଟ ନିକଟରେ ଅପେକ୍ଷା କରିବାକୁ ପଡିବ ନାହିଁ । କି ଅଧିକ ତେଲ ପୋଡିବାକୁ ପଡିବ ନାହିଁ । ଆମେରିକାର ଟ୍ରମ୍ଫ ପ୍ରଶାସନ ଏବେ ଏହି ଟେକ୍ନୋଲୋଜିକୁ ସମସ୍ତ ଟ୍ରକ ଏବଂ ହାଲୁକା ଯାନରେ ସଂଯୁକ୍ତ କରାଯିବା ବାଧ୍ୟତାମୂଳକ କରାଯିବ କି ନାହିଁ , ତାହା ଉପରେ ବିଚାର କରୁଛି ।

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ପଢନ୍ତୁ, ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

Related posts

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍

Ratnamani Moharana

ଆଉ କିଛି ସମୟ ପରେ ସୁଷମାଙ୍କ ଶେଷକୃତ୍ୟ

Ratnamani Moharana

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

1 comment

Leave a Comment