Featured

ସାମ୍ନାକୁ ଆସିଲା ଏକ ନୂଆ ଧରଣର ଇଲେକଟ୍ରିକ ସ୍କୁଟର

ପ୍ରଥମଥର ପାଇଁ ଲଙ୍ଗଜବର୍ଗ କମ୍ପାନି ଫୋଲ୍ଡ ହୋଇ ଯାଉଥିବା ସ୍କୁଟର ନିର୍ମାଣ କରିଛି । ଏହାର ନାଁ ରହିଛି ୟୁଜେଟ । ୟୁଜେଟକୁ ଖୁବ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏହାଛଡା ଏହି ସ୍କୁଟରକୁ ଅସିମେଟ୍ରିକ ଫ୍ରେମରେ ନିର୍ମାଣ କରାଯାଇଛି । ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଓଜନ ମଧ୍ୟ ଅନ୍ୟ ଦୁଇ ଚକିଆ ଗାଡି ଠାରୁ ଅପେକ୍ଷାକୃତ ହାଲକା । ୩୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍କୁଟରକୁ ଫୋଲ୍ଡ କରି ଯେକୌଣସି ସ୍ଥାନକୁ ମଧ୍ୟ ନିଆଯାଇପାରିବ । ଏହି ସ୍କୁଟରକୁ ହାଲକା କରିବା ପାଇଁ ଚକାରେ ଅତ୍ୟାଧୁନିକ ଆଲୟ ହ୍ୱିଲ ଓ କାର୍ବନ ଫାଇବରର ରିମ ବ୍ୟବହାର କରାଯାଇଛି । ଏହି ଇଲେକଟ୍ରିକ ସ୍କୁଟରକୁ ୩ଟି ମୋଡରେ ଚଲାଇ ହେବ ।

ୟୁଜେଟ ସ୍କୁଟରରେ ଦମଦାର ମୋଟର ମଧ୍ୟ ଲାଗିଛି । ଯାହା ୫.୪୪ ବିଏଚପି ଓ ୯୦ ଏନଏମର ଶକ୍ତି ପ୍ରଦାନ କରିଥାଏ । ୟୁଜେଟ ସ୍କୁଟରରେ ଦୁଇ ପ୍ରକାର ବ୍ୟାଟେରୀ ଦିଆଯାଇଛି । ଗୋଟିଏ ବ୍ୟାଟେରୀରେ ଗାଡି ୭୦ କିଲୋମିଟର ଚାଲୁଥିବା ବେଳେ ଅନ୍ୟ ଏକ ବ୍ୟାଟେରୀ ଚାର୍ଜ କଲେ ୧୫୦ କିଲୋମିଟର ଚାଲିଥାଏ ।

ଏହାଛଡା ଏହି ବ୍ୟାଟେରୀ ମଧ୍ୟ ଖୁବଶୀଘ୍ର ଚାର୍ଜ ହୋଇଥାଏ ।ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ସ୍କୁଟରରେ ଲାଗିଥିବା ବ୍ୟାଟେରୀ ଫୁଲ ଚାର୍ଜ ହୋଇଥାଏ । ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ଅନ୍ୟ କାଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏପରିକି ଏହାକୁ ପାୱାର ବ୍ୟାଙ୍କ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି ସ୍କୁଟରରେ ୩ଜି, ଜିପିଏସ, ବ୍ଲୁଟୁଥ ଭଳି ଅତ୍ୟାଧୁନିକ ସୁବିଧା ରହିଛି । କୌଣସି ସମସ୍ୟା ବିଷୟରେ ଜାଣିବା ପାଇଁ ସ୍କୁଟରରେ ଥିବା ଡିଜିଟାଲ ଉପକରଣ ସହ ମୋବାଇଲ ଡିଭାଇସ କନେକ୍ଟ କରି ଏହାର ସମସ୍ୟା ବିଷୟରେ ଜାଣିହେବ । କମ୍ପାନି ପ୍ରଥମେ ୨୦୧୭ରେ ଏହାକୁ ବଜାରକୁ ଆଣିଥିଲା । ଥରେ ଚାର୍ଜ କଲେ ୭୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ଭାରତରେ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଥରେ ଚାର୍ଜରେ ୧୫୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ।

ଏବେ ବିଭିନ୍ନ ଏକ୍ସପୋରେ ୟୁଜେଟ ସ୍କୁଟରର ପ୍ରଦର୍ଶନ କରାଯାଉଛି । ତେବେ ପ୍ରଥମେ ୟୁରୋପରେ ୟୁଜେଟ ସ୍କୁଟର ବିକ୍ରି ହେବାକୁ ସ୍ଥିର କରାଯାଇଥିବା ବେଳେ ପରେ ଏସିଆର କିଛି ଦେଶ ଓ ଆମେରିକାରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।

ପଢନ୍ତୁ ;

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

Related posts

ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି, ଦୁଇ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ

ENO Beuro

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ENO Beuro

ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More