Entertainment

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

ସିଦ୍ଧାର୍ଥ ଟିଭି ଓ ସାର୍ଥକ ମ୍ୟୁଜିକ ଆଉ ଏକ ସିନେମାର ଘୋଷଣା କରିଛନ୍ତି। ଏହି ଅପକମିଂ ଫିଲ୍ମର ଟାଇଟେଲ୍ ରହିଛି ‘ଲଭ୍ ଏକ୍ସପ୍ରେସ୍’ । ଏହି ରୋମାଂଟିକ ଚଳଚ୍ଚିତ୍ରରେ ଲିଡ୍ ରୋଲ୍ରେ ନଜର ଆସିବେ ଲୈଲା ଓ ଲୈଲା ଯୋଡି, ସ୍ୱରାଜ ଓ ସନ୍ମୀରା । ନିକଟରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଯେଉଁଠି ଲିଡ୍ ଷ୍ଟାର୍ଙ୍କ ସମେତ ଏଂଟାୟାର୍ କାଷ୍ଟ ଓ କ୍ରୁଙ୍କୁ ଦେଖିବାକୁ ମିଳିଥିଲା।

ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜନା ଏବଂ ବିନ୍ନି ପଟ୍ଟନାୟକ-ସଚ୍ଚିକାନ୍ତ ଜେନାଙ୍କ କାର୍ଯ୍ୟକାରୀ ପ୍ରଯୋଜନାରେ ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳୁଛନ୍ତି ରମେଶ ରାଉତ। ସିଦ୍ଧାର୍ଥଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ।

ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରିକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ରୋମାଣ୍ଟିକ୍‌ ଯୋଡି ସ୍ବରାଜ-ସନ୍‌ମୀରାଙ୍କୁ। ଚିତ୍ରର ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇବେ ପ୍ରକାଶ ପ୍ରଧାନ। ପୂର୍ବରୁ ଏହି ବ୍ୟାନରରେ ନିର୍ମିତ ‘ଲୈଲା ଓ ଲୈଲା’ରେ ଏହି ଯୋଡିଙ୍କୁ ସୁଯୋଗ ମିଳିଥିଲା।

‘ଲଭ୍‌ ଏକ୍ସପ୍ରେସ’ର ଗୀତଗୁଡିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଏବଂ ଡ. ନିର୍ମଳ ନାୟକ। ଏହି ଫିଲ୍ମର କାଷ୍ଟିଂରେ ମହାଶ୍ୱେତା ରାୟ, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ପିଣ୍ଟୁ ନନ୍ଦ, ବିରାଜ ଦାସ ପ୍ରମୁଖ କଳାକାର ଅଛନ୍ତି। ଫିଲ୍ମର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି ଏବଂ ଏହା ଚଳିତବର୍ଷ ଗଣେଶ ପୂଜାରେ ରିଲିଜ୍‌ ହେବାର ଯୋଜନା ରହିଛି।

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି love

ପଢନ୍ତୁ; ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

Related posts

ଫାଇନାଲ ହୋଇଛି ଦୀପିକା-ରଣବୀରଙ୍କ ବିବାହ ଡ଼େଟ୍! ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More