• Home
  • Entertainment
  • ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ
Entertainment

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

ଓଲିଉଡ଼ରେ ଦୁଇଟି ଲୋକପ୍ରିୟ ଯୋଡି ହେଲେ ସିଦ୍ଧାନ୍ତ-ରଚନାସିଦ୍ଧାନ୍ତ-ଅନୁ ଚୌଧୁରୀ । ଏହି ଯୋଡିକୁ ଦର୍ଶକ ଦେଖିବାକୁ ବହୁତ ଭଲ ପାଆନ୍ତି । ସିଦ୍ଧାନ୍ତ ଓ ରଚନା ଏହି ଯୋଡି ନାମ କିଏ ବା ନଜାଣେ। ସିଦ୍ଧାନ୍ତ ଓ ରଚନା ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ “ଭାଇ ହେଲା ଭଗାରୀ’ରେ ଏକାଠି ନଜର ଆସିଥିଲେ । ଏହାପରେ ଏହି ଯୋଡିକୁ ଦର୍ଶକ ସୁନା ହରିଣୀ, ଗଙ୍ଗା ଯମୁନା, କଣ୍ଢେଇ ଆଖିରେ ଲୁହ ଆଦି ପ୍ରମୁଖ ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ ।

sid ରଚନା ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ sid

ଅପରପକ୍ଷରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ଯୋଡି ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ, ରକତ କହିବ କିଏ କାହାର, ପୁଅ ମୋର ଜଗତ ଜିତା, ଅଗ୍ନି ପରୀକ୍ଷା ଆଦି ଓଡ଼ିଆ ସିନେମାରେ ନଜର ଆସିଥିଲେ ।

ପାଖାପାଖି ୧୬ ବର୍ଷ ପରେ ସିଦ୍ଧାନ୍ତ, ରଚନା ଓ ଅନୁ ଚୌଧୁରୀଙ୍କୁ ଏକାଠି ଅଭିନୟ କରିବେ । ଏହି ସିନେମାର ନାମ ରଖା ଯାଇଛି ‘ରକ୍ତ ଚିହ୍ନେ ରକ୍ତକୁ’।

anu ରଚନା ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ anu

ଏହି ଫିଲ୍ମ ର ନିର୍ଦେଶନା ଦେଉଛନ୍ତି ମାଧବ ପରିଡା। ଏହା ଉଭୟ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ନିର୍ମିତ ହେବ ବୋଲି ସୂଚନା ମିଳିଛି ଏହା ସହ ବଙ୍ଗଳା ର କିଛି କଳାକାର ମଧ୍ୟ ଏଥିରେ ସାମିଲ ହେବେ ବୋଲି ଶୁଣା ଯାଉଛି ’ରକ୍ତ ଚିହ୍ନେ ରକ୍ତକୁ’ର ସଂଗୀତ ଓ ଗୀତ ସଜେଇଛନ୍ତି ସ୍ୱରୂପ ନାୟକ ଓ ଏହାର ଗୀତ ରେକର୍ଡିଙ୍ଗ ସାରି ଯାଇଥିବା ବେଳେ ଏବେ ଫିଲ୍ମ ର ସୁଟିଂ ଆପେଖରେ ଅଛି ।ଏହି ଫିଲ୍ମ ରେ ଗୀତ ଗୁଡିକ ଶଶାଙ୍କ, ତପୁ ମିଶ୍ର, ଅସୀମା ପଣ୍ଡା ,ଟି.ସୌରି, କୁମାର ବାପି, ପ୍ରମୁଖ ଗାଇଛନ୍ତି।

ପଢନ୍ତୁ; ବ୍ରହ୍ମପୁତ୍ରରେ ନୌକା ବୁଡି ୨୦ରୁ ଅଧିକ ମୃତ,୧୨ ଉଦ୍ଧାର

Related posts

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

Krishna Kumar Manoj

ଏକାଠି ହେବେ ବାହୁବଳୀ ଏବଂ କଟ୍ଟପା! ବାହୁବଳୀଙ୍କ ପରେ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ କଟ୍ଟପା

Krishna Kumar Manoj

ରିଲିଜ୍‌ ହେଲା ‘ଅକ୍ଟୋବର୍‌’ର ଟ୍ରେଲର୍‌ ! ଏହି ଫିଲ୍ମ ପାଇଁ ରାତିର ନିଦ ଭୁଲିଲେ ବରୁଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More