Entertainment

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

By Krishna Kumar Manoj

September 06, 2018

ଓଲିଉଡ଼ରେ ଦୁଇଟି ଲୋକପ୍ରିୟ ଯୋଡି ହେଲେ ସିଦ୍ଧାନ୍ତ-ରଚନାସିଦ୍ଧାନ୍ତ-ଅନୁ ଚୌଧୁରୀ । ଏହି ଯୋଡିକୁ ଦର୍ଶକ ଦେଖିବାକୁ ବହୁତ ଭଲ ପାଆନ୍ତି । ସିଦ୍ଧାନ୍ତ ଓ ରଚନା ଏହି ଯୋଡି ନାମ କିଏ ବା ନଜାଣେ। ସିଦ୍ଧାନ୍ତ ଓ ରଚନା ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ “ଭାଇ ହେଲା ଭଗାରୀ’ରେ ଏକାଠି ନଜର ଆସିଥିଲେ । ଏହାପରେ ଏହି ଯୋଡିକୁ ଦର୍ଶକ ସୁନା ହରିଣୀ, ଗଙ୍ଗା ଯମୁନା, କଣ୍ଢେଇ ଆଖିରେ ଲୁହ ଆଦି ପ୍ରମୁଖ ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ ।

ଅପରପକ୍ଷରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ଯୋଡି ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ, ରକତ କହିବ କିଏ କାହାର, ପୁଅ ମୋର ଜଗତ ଜିତା, ଅଗ୍ନି ପରୀକ୍ଷା ଆଦି ଓଡ଼ିଆ ସିନେମାରେ ନଜର ଆସିଥିଲେ ।

ପାଖାପାଖି ୧୬ ବର୍ଷ ପରେ ସିଦ୍ଧାନ୍ତ, ରଚନା ଓ ଅନୁ ଚୌଧୁରୀଙ୍କୁ ଏକାଠି ଅଭିନୟ କରିବେ । ଏହି ସିନେମାର ନାମ ରଖା ଯାଇଛି ‘ରକ୍ତ ଚିହ୍ନେ ରକ୍ତକୁ’।

ଏହି ଫିଲ୍ମ ର ନିର୍ଦେଶନା ଦେଉଛନ୍ତି ମାଧବ ପରିଡା। ଏହା ଉଭୟ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ନିର୍ମିତ ହେବ ବୋଲି ସୂଚନା ମିଳିଛି ଏହା ସହ ବଙ୍ଗଳା ର କିଛି କଳାକାର ମଧ୍ୟ ଏଥିରେ ସାମିଲ ହେବେ ବୋଲି ଶୁଣା ଯାଉଛି । ’ରକ୍ତ ଚିହ୍ନେ ରକ୍ତକୁ’ର ସଂଗୀତ ଓ ଗୀତ ସଜେଇଛନ୍ତି ସ୍ୱରୂପ ନାୟକ ଓ ଏହାର ଗୀତ ରେକର୍ଡିଙ୍ଗ ସାରି ଯାଇଥିବା ବେଳେ ଏବେ ଫିଲ୍ମ ର ସୁଟିଂ ଆପେଖରେ ଅଛି ।ଏହି ଫିଲ୍ମ ରେ ଗୀତ ଗୁଡିକ ଶଶାଙ୍କ, ତପୁ ମିଶ୍ର, ଅସୀମା ପଣ୍ଡା ,ଟି.ସୌରି, କୁମାର ବାପି, ପ୍ରମୁଖ ଗାଇଛନ୍ତି।

ପଢନ୍ତୁ; ବ୍ରହ୍ମପୁତ୍ରରେ ନୌକା ବୁଡି ୨୦ରୁ ଅଧିକ ମୃତ,୧୨ ଉଦ୍ଧାର