News

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

ବୃହତ ବନ୍ଦରଗୁଡ଼ିକ  ୫୬୦ କୋଟି ଟଙ୍କା ଖର୍ଚ୍ଚ କରିବେ ।  ୧୩୫୦୦୦  କର୍ମଚାରୀ ଲାଭବାନ ହେବେ। ବନ୍ଦର ଓ ଜାହାଜଗୁଡ଼ିକରେ କାର୍ଯ୍ୟରତ ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ମଜୁରି ହାର ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ମୁମ୍ବାଇରେ କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।

ନୂତନ ଚୁକ୍ତି ଅନୁଯାୟୀ ମୂଳ ଦରମା ଏବଂ ମହଙ୍ଗା ଭତ୍ତାରେ ୧୦.୬ % ଫିଟମେଣ୍ଟ ରହିବ । ତଳ ପାହ୍ୟାର କର୍ମଚାରୀମାନେ ସର୍ବନିମ୍ନ ୨୦୯୦୦-୪୩୬୦୦  ପେ-ସ୍କେଲ ପାଇବା ବେଳେ ଉଚ୍ଚ ପାହ୍ୟାର କର୍ମଚାରୀମାନେ  ୩୬୫୦୦-୮୮୭୦୦  ପେ-ସ୍କେଲ ପାଇବେ।

ଏହି ଚୁକ୍ତି ଫଳରେ ବୃହତ ବନ୍ଦରଗୁଡ଼ିକର  ୩୨ ହଜାର ବନ୍ଦର ଜାହାଜ କର୍ମଚାରୀ ଏବଂ ୧,୦୫,୦୦୦  ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀ ଲାଭବାନ ହେବେ । ଏହାଦ୍ୱାରା ବନ୍ଦରଗୁଡ଼ିକ ଉପରେ ବାର୍ଷିକ ୫୬୦ କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ।

port ବନ୍ଦର ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା port

ଏହି ଅବସରରେ ଶ୍ରୀ ଗଡକରୀ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁସାରେ ଲୋକଙ୍କ କଲ୍ୟାଣକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି । ଏବେ ସାମାଜିକ-ଆର୍ଥିକ ପରିବର୍ତ୍ତନରେ ବନ୍ଦରଗୁଡ଼ିକ ଭାଗିଦାର ହୋଇଥିବାରୁ ମୁଁ ଖୁସି । ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀଙ୍କ ଦରମା ସେଟଲମେଣ୍ଟ ପାଇଁ ସେମାନେ ପଦକ୍ଷେପ ନେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ।

୬ଟି ବନ୍ଦର ଓ ଜାହାଜ କର୍ମଚାରୀ ମହାସଂଘ ଏବଂ ବନ୍ଦର ପରିଚାଳନା କମିଟି ମଧ୍ୟରେ ଏହି ଚୁକ୍ତିନାମା ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟସ ଆକ୍ଟ- ୧୯୭୧ର ଧାରା  ୧୨(୩ )ଅନୁଯାୟୀ ହୋଇଥିଲା । ଏହା ପିଛିଲା ଭାବେ ୨୦୧୭ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଦରମା ହାରରେ  ୧୦ବର୍ଷିଆ ସେଟଲମେଣ୍ଟ ଥିବା ବେଳେ ଏହା  ୫ ବର୍ଷିଆ ସେଟଲମେଣ୍ଟ ଚୁକ୍ତି ହୋଇଛି ।

ପଢନ୍ତୁ; ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

Related posts

ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

ENO Beuro

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଜମ୍ମୁରେ ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ, ଯବାନ ସହିଦ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More