EnewsOdia.Com

ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ

କପି ରୋକିବାକୁ ଅଦ୍ଭୁତ ଉପାୟ । ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କାଗଜ ପେଟି । ଅର୍ଥାତ ଛାତ୍ରଛାତ୍ରୀଙ୍କ ମୁଣ୍ଡକୁ କାଗଜ ପେଟିରେ ସଂପୂର୍ଣ୍ଣ ଆବଦ୍ଧ କରି ପରୀକ୍ଷା ହଲରେ ବସିବାକୁ କୁହାଯାଇଥିଲା । ଏଭଳି ଅଭାବନୀୟ ଚିତ୍ର ଆସିଛି କର୍ଣ୍ଣାଟକରୁ । କର୍ଣ୍ଣଟକ ହାବେରୀରେ ଥିବା ପିୟୁ ବିଶ୍ୱବିଦ୍ୟାଳୟ ଅଧିନ ଏକ କଲେଜରେ ପ୍ରି-ୟୁନିଭର୍ସିଟି ପରୀକ୍ଷାରେ ଏଭଳି ପ୍ରୟୋଗ କରାଯାଇଥିଲା ।

କେବଳ କାଗଜ ପେଟି ଗୋଟିଏ ପାଶ୍ୱର୍କୁ କଣା କରାଯାଇଥିଲା, ଫଳରେ ସେମାନେ ଉତର ଖାତା ଦେଖିପାରିବେ ଓ ଲେଖି ପାରିବେ । ପାଖରେ ବସିଥିବା ସାଥୀ ପରୀକ୍ଷାର୍ଥୀଙ୍କ ଉତର ଖାତାରୁ ନକଲ କରିପାରିବେ ନାହିଁ ।

ତେବେ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିୟୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କଲେଜରେ ପହଂଚିଥିଲେ । ପରୀକ୍ଷା ପରିଚାଳକଙ୍କୁ ଏଭଲି ପ୍ରୟୋଗକୁ ତୁରନ୍ତ ବନ୍ଦ କରିବା ପାଇଁ କହିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ତେବେ କଲେଜ ପକ୍ଷରୁ ସଫେଇ ଦିଆଯାଇଛି ଯେ, କପି ରୋକିବାକୁ ଏଭଳି ପ୍ରୟୋଗ କରାଯାଇଥିଲା । ଏଥିପାଇଁ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ ଅନୁମତି ନିଆଯାଇଥିଲା । ଅର୍ଥାତ ଛାତ୍ରଛାତ୍ରୀଙ୍କ ସହମତିରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା । କଲେଜ ପକ୍ଷରୁ ପିଲାମାନଙ୍କୁ କାଗଜ ପେଟି ଯୋଗାଇ ଦିଆଯାଇଥିଲା ।

ପଢନ୍ତୁ: ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

ସମ୍ବନ୍ଧିତ ଖବର

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ମେଡିକାଲ ବୁଲୁଛନ୍ତି କିନ୍ତୁ ଗୁହାରି ଶୁଣିବାକୁ ସମୟ ନାହିଁ ପାଣ୍ଡିୟାନଙ୍କୁ !

Ratnamani Maharana

‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

Ratnamani Maharana