SPORTS

ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡର ବିଶାଳ ବିଜୟ

new

ଯୁବ ବ୍ୟାଟ୍ସମ୍ୟାନ ଟିମ ସାଇଫର୍ଟଙ୍କ ବିସ୍ପୋରକ ବ୍ୟାଟିଂ ଓ ଟିମ ସାଉଡଙ୍କ ଘାତକ ବୋଲିଂ ବଳରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ ଭାରତକୁ ୮୦ ରନରେ ପରାସ୍ତ କରିଛି। ଟି୨୦ ଫର୍ମାଟରେ ଭାରତ ପାଇଁ ଏହା ସବୁଠାରୁ ଖରାପ୍‌ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ପ୍ରଥମେ ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥଲା। ତେବେ ଏହି ନିଷ୍ପତ୍ତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ନର୍ମମ ପ୍ରହାର କରି ବୃହତ୍‌ ସ୍କୋର ହାସଲ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରେ ନ୍ୟୁଜିଲାଣ୍ଡ ଓପନର ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ ଟିମ୍‌ ସେଇଫର୍ଟଙ୍କ ଧୂଆଧାର ବ୍ୟାଟିଂ (୮୪ ରନ, ୪୩ ବଲ, ୭ ଚୌକା, ୬ ଛକା) ସହାୟତାରେ ୬ ଉଇକେଟ ହରାଇ ୨୧୯ ରନର ଚ୍ୟାଲେଞ୍ଜିଂ ସ୍କୋର ହାସଲ କରିଥିଲା। ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୧୯.୨ ଓଭରରେ ୧୩୯ ରନ କରି ଅଲଆଉଟ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି ସର୍ବଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଲୁକି ଫରଗୁସନ, ମିଚେଲ ସାଣ୍ଟନର ଓ ଈଶ ଶୋଢ଼ି ଦୁଇଟି ଲେଖାଏ ୱିକେଟ୍‌ ପାଇଛନ୍ତି। ସେହିପରି ଡ୍ୟାରଲି ମିଚେଲ୍‌ ଗୋଟିଏ ୱିକେଟ୍‌ ପାଇଛନ୍ତି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ସେଇଫର୍ଟଙ୍କ ୮୪, ମନରୋ ଓ ୱିଲିମସନ୍‌ଙ୍କ ୩୪ ରନ୍‌ ଲେଖାଏ ସହଯୋଗରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୧୯ କରିଥିଲା।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ।

ପଢନ୍ତୁ; ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

Related posts

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ENO Beuro

ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

ENO Beuro

ଆଇପିଏଲ୍‌ ପ୍ରଥମ ମ୍ୟାଚର ପ୍ରାପ୍ୟ ପୁଲୱାମା ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ

Ratnamani Moharana

Leave a Comment