ଭାରତର ଲଜ୍ଜାଜନକ ପରାଜୟ,୮ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

india

ଚଳିତ ଦିନିକିଆ ସିରିଜରେ ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମ ୩ଟି ଦିନିକିଆ ଜିତି ସିରିଜ ହାତେଇ ସାରିଥିବା ଭାରତ ଗତକାଲି ଅନୁଷ୍ଟିତ ଚତୁର୍ଥ ମ୍ୟାଚରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦଶନ କରିଥିଲା।

୮ ୱିକେଟରେ ପରାଜୟ ସତ୍ତ୍ୱେ ଭାରତ ୩-୧ରେ ଆଗୁଆ ରହିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି ନ୍ୟୁଜିଲାଣ୍ଡ ବୋଲରମାନେ ଭାରତୀୟ ଦୃଢ ବ୍ୟାଟିଂ ଲାଇନର ବିପର୍ଯ୍ୟୟ ଘଟାଇଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୩୦.୫ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୪.୪ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ୧୦ ଓଭର ବୋଲିଂ କରି ୪ ମେଡେନ ନେବା ସହ ମାତ୍ର ୨୧ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ନେଇ ଭାରତୀୟ ବ୍ୟାଟିଂ ଲାଇନ୍‌କୁ ଧ୍ୱସ୍ତ କରିଥିବା ନ୍ୟୁଜିଲାଣ୍ଡ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ପଢନ୍ତୁ; ଓଡିଶା ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More