SPORTS

୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରି ବିଶ୍ଵ ରେକର୍ଡ କଲା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ!

ବିଶ୍ୱ ରେକର୍ଡ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଗୋଟିଏ ପାଳିରେ ସର୍ବାଧିକ ସ୍କୋର କରିବାର ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି। ନ୍ୟୁଜିଲାଣ୍ଡ ଦଳ ଆୟରଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟ୍ ବିନିମୟରେ ୪୯୦ ରନର ବିଶାଳ ସ୍କୋର କରିଛି। ଯାହା ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରୁଷ ଓ ମହିଳା କ୍ରିକେଟରେ ସର୍ବୋଚ୍ଚ ସ୍କୋର।

ପୁରୁଷ କ୍ରିକେଟରେ ୨୦୧୬ ଅଗଷ୍ଟରେ ନଟିଙ୍ଗହାମ୍‌ଠାରେ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆରେ ସର୍ବୋଚ୍ଚ ସ୍କୋର ୪୪୪/୩ କରିଥିଲା। ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଶୁକ୍ରବାର ଦୀର୍ଘ ୨୧ ବର୍ଷ ପୂର୍ବେ ନିଜ ଦ୍ୱାରା ପ୍ରତିଷ୍ଠା ରେକର୍ଡକୁ ଭଙ୍ଗ କରିଦେଇଛି। ୧୯୯୭ ଜାନୁୟାରୀରେ ଖ୍ରୀଷ୍ଟଚର୍ଚ୍ଚଠାରେ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚରେ ୪୫୫/୫ ସ୍କୋର କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲା। ମହିଳା ଅନ୍ତର୍ଜାତୀୟ ଦିନିକିଆରେ ତୃତୀୟ ଥର ୪୦୦ରୁ ଅଧିକ ରନ ସ୍କୋର ହୋଇପାରିଛି।

ପଢନ୍ତୁ; ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

Related posts

ସୋସିଆଲ ମିଡିଆରେ ଦ୍ରାବିଡ଼ଙ୍କ ପ୍ରଂଶସା : ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

ENO Beuro

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ENO Beuro

ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More