ନବ ନିଯୁକ୍ତ ଡାକ୍ତରଙ୍କ ଧମକ: ଚାକିରିରେ ଯୋଗ ଦେବୁନି

docterdue to apathy of health department

ସପ୍ତାହକ ତଳେ ରେକର୍ଡ ସଂଖ୍ୟକ ଡାକ୍ତର ନିଯୁକ୍ତି  ଦେଇ ସରକାର ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରୁଥିଲା ଶାସକ ଦଳ ତେବେ ଉକ୍ତ ନିଯୁକ୍ତି ପ୍ରକ୍ରିୟାରେ ଯେଉଁ ଭଳି ନିଯୁକ୍ତି ଦିଆଯିବା କଥା ସେପରି ହୋଇନାହିଁ ବୋଲି କହିଛନ୍ତି ନିଯୁକ୍ତ ଡାକ୍ତର। ନୂଆ ନିଯୁକ୍ତିରେ ହୋଇଥିବା ତୃଟିକୁ  ସୁଧାରିବା ପାଇଁ ଆଲୋଚନା କରିବାକୁ ଆସିଥିବା ଡାକ୍ତର ମାନଙ୍କୁ ସଚିବାଳୟରେ ଅନ୍ୟ ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ସୁଯୋଗ ମିଳୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗକୁ କାହାରିକୁ ନଛାଡ଼ିବା ଘଟଣାର ତୀବ୍ର ନିନ୍ଦାକରି ଚାକିରିରେ ଯୋଗ ନ ଦେବା ଲାଗି ଧମକ  ଦେଇଛନ୍ତି ନିଯୁକ୍ତ ଡାକ୍ତର।

ଠିକ୍ କାଉନ୍ସେଲିଂ ନହେବା, ସଠିକ୍ ସ୍ଥାନରେ ନିଯୁକ୍ତି ନମିଳିବାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେବାକୁ ମନା କରିଦେଇଥିଲେ।
ପଢନ୍ତୁ: ଭାରତୀୟ ଖେଳାଳିଙ୍କ ଆର୍ମି କ୍ୟାପ୍ ପିନ୍ଧି ମ୍ୟାଚ ଖେଳିବା ଘଟଣା: ପିସିବିକୁ ଆଇସିସିର ଜବାବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More