EnewsOdia.Com

ବଙ୍ଗୋପସାଗରରେ ଲଘୁଚାପ, ୨୫ ଯାଏଁ ବର୍ଷାରୁ ନିସ୍ତାର ନାହିଁ

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଆଜି ତିନୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ ଓ ଗଜପତି। ଏହାସହ ୫ଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ  ପ୍ରଭାତ କିଶୋର ବେଉରିଆ କହିଛନ୍ତି,“‘ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଆଉ ଏକ ଘୂର୍ଣ୍ଣି ବଳୟ ମଧ୍ୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଏହି ବର୍ଷା ଲାଗି ରହିବ।”

ପଢନ୍ତୁ:  ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

ସମ୍ବନ୍ଧିତ ଖବର

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

Ratnamani Maharana

ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା

Ratnamani Maharana

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଅର୍ଥନୀତିରେ ନୋବେଲ

Ratnamani Maharana

ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

Ratnamani Maharana