26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ

ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ।ଅର୍ଥାତ ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ନିର୍ବାଚନ ଆୟୋଗ  । ରାଜ୍ୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ମାସରେ ପଞ୍ଚୟତ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି  । ଭୋଟ ଗଣତି ବୁଥ୍‌ ସ୍ତର ପରିବର୍ତ୍ତେ ବ୍ଲକସ୍ତରରେ କରାଯିବ ।   ଏଥିଲାଗି ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଭୋଟବାକ୍ସର ତାଲିକା ମାଗିଥିବା ଜଣାଯାଇଛି। ଏନେଇ ଆଗାମୀ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର ।  ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

 

ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସମନ୍ଥନ ଚାଲିଛି। ଏପରିକି ରାଜ୍ୟ ନିର୍ବାଚନ କମିସନଙ୍କୁ ଏନେଇ ବିଭାଗ ଅବଗତ କରାଇଛି।

ପଢନ୍ତୁ: ବ୍ରାଜିଲ ରାଷ୍ଟ୍ରପତିଙ୍କ ହାକୁଟି ସର୍ଜରୀ

Related posts

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More