News

ପୁଲୱାମା ଆତଙ୍କୀ ଆକ୍ରମଣ: କାର ମାଲିକ ଜୌସର ଆତଙ୍କୀ ସଜ୍ଜାଦ ଭଟ୍ଟ 

car

ପୁଲଓ୍ଵାମା ହମଲାର କାର ଚିହ୍ନଟ

ପୁଲୱାମା ବିସ୍ଫୋରଣର ଯାଞ୍ଚ କରୁଥିବା ଏନଆଇଏକୁ ଏବେ ବଡ ସଫଳତା ମିଳିଛି। ଏନଆଇଏକୁ ଘଟଣା ସହିତ ଜଡିତ ସିସିଟିଭି ଫୁଟେଜ ମିଳିଥିବାବେଳେ ବିସ୍ଫୋରଣରେ ବ୍ୟବହୃତ କାର ମାଲିକକୁ ବି ଚିହ୍ନଟ କରାଯାଇଛି।

ଏହି ଗାଡ଼ିଟି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ କ୍ୟାଡରର ବୋଲି ଏନ୍‌ଆଇଏ ହାତରେ ପ୍ରମାଣ ଲାଗିଛି। ସଜାଦ ଭଟ୍ଟ ନାମକ ଏହି ଜୈଶ କ୍ୟାଡର ଜଣଙ୍କ ଆକ୍ରମଣର ୧୦ ଦିନ ପୂର୍ବରୁ ହିଁ ମାରୁତି ଇକୋ କାର କିଣିଥିଲା। ଏହି କାରରେ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ବିସ୍ଫୋରକ ନେଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା। ସଜ୍ଜାଦ ହମଲା ପରଠୁ ଫେରାର ଅଛି।

ବିସ୍ଫୋରଣରେ ବ୍ୟବହୃତ କାରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ତେବେ ଏନ୍‌ଆଇଏର ଫରେନ୍ସିକ ଟିମ୍‌ ଘଟଣା ସ୍ଥଳରୁ ଜବତ କରିଥିବା କାର୍‌ର କିଛି ଅଂଶକୁ ପରୀକ୍ଷାନୀରିକ୍ଷା କରିଥିଲା। ଏହାପରେ ବିଭିନ୍ନ ଅଟୋମୋବାଇଲ୍‌ କମ୍ପାନୀଙ୍କ ସହ ଆଲୋଚନା କରିବା ପରେ କାର୍‌ଟି ମାରୁତି ଇକୋ ବୋଲି ଜଣାପଡିଛି।

ପଢନ୍ତୁ;  ପ୍ରତିଶୋଧ ନେଲା ଭାରତ,ନିପାତ ହେଲେ ୨୦୦ ରୁ ୩୦୦ ଆତଙ୍କୀ

Related posts

ଏମଡିଏଚ ମସଲା ବିକ୍ରି ବନ୍ଦ ନିର୍ଦ୍ଦେଶ, ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

Ratnamani Moharana

ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

ENO Beuro

ଗୋରା ହେବା କ୍ରିମ୍‌ ସାଜିପାରେ ଘାତକ ! ପ୍ରସାଧନ କ୍ରିମ୍ ନାଁରେ ବିକ୍ରି ହେଉଛି ଔଷଧ

Ratnamani Moharana

Leave a Comment