Entertainment

ଧାରାବାହିକରୁ ବଲିଉଡରେ ପାଦ ଥାପିବେ ଏହି ଅଭିନେତ୍ରୀ

ଟେଲିଭିଜନ ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚୟ ପାଇବା ପରେ ନିଆ ଶର୍ମା ଏବେ ଆଉ ପାଦେ ଆଗକୁ ବଢ଼ିଛନ୍ତି। କଠିନ ପରିଶ୍ରମ କରି ଶୀର୍ଷରେ ପହଞ୍ଚିଥିବା ନିଆଙ୍କ ହାତରେ ଏବେ ଦମଦାର୍ ଅଫର୍। ନିର୍ଦେଶକ ବିକ୍ରମ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ଏହି ଅଭିନେତ୍ରୀ।

ସେ ଧାରାବାହିକ ‘ଏକ ହଜାରୋ ମେଁ ମେରି ବେହେନା ହୈ’ରୁ ଅଭିନୟ ଜଗତରେ ପାଦ ରଖିଥିଲେ।

ଏହି ଧାରାବାହିକଟି ବନ୍ଦ ହେବା ପରେ ଜିଟିଭିର ଲୋକପ୍ରିୟ ଧାରାବାହିକ ‘ଜମାଇ ରାଜା’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଧାରାବାହିକ ମାଧ୍ୟମରେ ସମସ୍ତଙ୍କ ପ୍ରଶଂସା ସାଉଁଟିବା ପରେ ସେ ଧାରାବାହିକ ଛାଡ଼ି ମଡ଼େଲିଂରେ ଧ୍ୟାନ ଦେଇଥିଲେ, ଯାହା ତାଙ୍କୁ ଆଣି ଦେଇଥିଲା ଏସିଆର ସବୁଠାରୁ ସେକ୍ସି ମହିଳାର ସମ୍ମାନ।ଏହି ସମ୍ମାନ ମିଳିବା ପରେ ସେ ରିୟଲିଟି ସୋ ‘ଖତରୋଁ କି ଖିଲାଡ଼ି’ରେ ମଧ୍ୟ ନଜର ଆସିଥିଲେ।

ନିଆ ଏବେ ‘ଟ୍ଵିଷ୍ଟେଡ଼୍-୨’ର ସୁଟିଂ କରୁଥିବା ବେଳେ ବର୍ଷ ଶେଷ ଆଡ଼କୁ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । ଫିଲ୍ମର ଟାଇଟଲ ଏବଂ ନିଆଙ୍କ ବିପକ୍ଷରେ କିଏ ଅଭିନୟ କରିବେ ତାହା ଜଣା ପଡ଼ିନଥିବା ବେଳେ ବିକ୍ରମ ଭଟ୍ଟ ପୂର୍ବରୁ କରିଥିବା ଫିଲ୍ମ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ରହିବ ବୋଲି ଜଣା ପଡ଼ିଛି।

ଧାରାବାହିକରୁ ବଲିଉଡରେ ପାଦ ଥାପିବେ ଏହି ଅଭିନେତ୍ରୀ nia sharma

ପଢନ୍ତୁ; କାଶ୍ମୀରକୁ ନେଇ କ୍ରିକେଟରଙ୍କ ଟ୍ୱିଟର ଯୁଦ୍ଧ,ଆଫ୍ରିଦିଙ୍କୁ କଡା ସମାଲୋଚନା

Related posts

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

ENO Beuro

” ଦେଖି ପାରିବିନି ତୋ ବଧୂ ବେଶ ” ଦୁଃଖ ଭରା ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୩ ଲକ୍ଷ୍ୟ ଟପି ଏବେ ଚର୍ଚ୍ଚାରେ

ENO Beuro

ଆପଣ ଜାଣନ୍ତି କି? ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ ଶୁଭ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More