SPORTS

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ଶ୍ରୀଲଙ୍କାକୁ ହରାଇ ବାଂଲାଦେଶ ଫାଇନାଲରେ

ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ନିଦାହାସ ଟ୍ରଫିରେ ଅନ୍ତିମ ଲିଗ ମୁକାବିଲାରେ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୭ / ୧୫୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ୧୯.୫ ଓଭରରେ ୮ ୱିକେଟ ହରାଇ ବିଜୟ ହାସଲ କରିଥିଲା । ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ରବିବାର ଏହି ମ୍ୟାଚ ଖେଳାଯିବ ।

ବାଂଲାଦେଶର ଏହି ବିଜୟରେ ହିରୋ ସାଜିଛନ୍ତି ମହମ୍ମଦୁଲ୍ଲା। ଶେଷ ୪ଟି ବଲ୍‌ରୁ ବିଜୟ ପାଇଁ ବାଂଲାଦେଶ ୧୨ ରନ୍‌ ଆବଶ୍ୟକ କରୁଥିବା ବେଳେ ୩ଟି ବଲ୍‌ରୁ ମହମ୍ମଦୁଲ୍ଲା ୧୨ ରନ୍‌ନେଇ ଦଳକୁ ଜିତାଇଥିଲେ। ଦୁଇ ପରେରା କୁଶଳ ଓ ତିସାରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୭ ୱିକେଟରେ ୧୫୯ ରନ୍‌ କରିଥିଲା। ପରେ ତମିମ୍‌ ଇକ୍‌ବାଲଙ୍କ ଅର୍ଦ୍ଧଶତକ ବଳରେ ମହମ୍ମଦୁଲ୍ଲାଙ୍କ ବିସ୍ଫୋରକ ଅପରାଜିତ ୪୩ ରନ୍‌ ବଳରେ ଗୋଟିଏ ବଲ୍‌ ବାକିଥାଇ ୮ ୱିକେଟ ହରାଇ ବାଂଲାଦେଶ ଜିତିଥିଲା ।

ମହମ୍ମଦୁଲ୍ଲା ୧୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‌କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ । ବାଂଲାଦେଶ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଏହାର ବୋଲର ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୯ମ ଓଭରରେ ମାତ୍ର ୪୧ ରନ୍‌ ସ୍କୋର୍‌ରେ ଶ୍ରୀଲଙ୍କା ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ଦନୁଷ୍କା ଗୁଣତିଳକ ୪, କୁଶଳ ମେଣ୍ଡିସ୍‌ ୧୧, ଉପୁଲ ତରଙ୍ଗା ୫, ଦାସୁନ୍‌ ଶନକ ୦ ଓ ଜୀବନ ମେଣ୍ଡିସ୍‌ ୩ ରନ୍‌କରି ବିଦାୟ ନେଇଥିଲେ। ତେବେ ବାମହାତି କୁଶଳ ପରେରା ଓ ଅଧିନାୟକ ତିସାରା ପରେରା ୬ଷ୍ଠ ୱିକେଟ ପାଇଁ ଲଢ଼ୁଆ ଭାଗିଦାରୀ କରି ଦଳର ସମ୍ମାନ ରକ୍ଷା କରିଥିଲେ ।

ତିସାରା ଆରମ୍ଭରୁ ଜଗିରଖି ଖେଳିଥିବା ବେଳେ ପରେ କିଛି ବଡ଼ ସଟ୍‌ ଖେଳିଥିଲେ। ଅନ୍ୟପକ୍ଷରେ ୱିକେଟ ପଡ଼ି ଚାଲିଥିଲେ ସୁଦ୍ଧା କୁଶଳ ପରେରା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଦୁହିଁଙ୍କ ଭାଗିଦାରୀ ଯୋଗୁଁ ଶ୍ରୀଲଙ୍କା ଦେଢ଼ଶହ ରନ୍‌ ପାର କରି ପାରିଥିଲା। ଦୁଇ ବାମହାତି ୬୧ ବଲ୍‌ରୁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରୁ ୩ୟ ଅର୍ଦ୍ଧଶତକ ମାରିଥିବା କୁଶଳ ପରେରା ୪୦ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୧ ରନ୍‌ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ତିସାରା ପରେରା ମାତ୍ର ୩୭ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୮ ରନ୍‌ କରିଥିଲେ। ୨୧ ବଲ୍‌ରୁ ୨୧ ରନ୍‌ କରିଥିବା ତିସାରା ପରବର୍ତ୍ତୀ ୧୫ ବଲ୍‌ରୁ ୩୭ ରନ୍‌ ନେଇଥିଲେ। ମୁସ୍ତାଫିଜୁର ରେହ୍‌ମାନ ୨ଟି ୱିକେଟ ପାଇଥିଲେ।

ପଢନ୍ତୁ ;

ଇରଫାନ ଖାନଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର

 

Related posts

Para Athlete Jayanti Behera’s Next Target Is Dubai Asian Youth Para Games

ENO Beuro

ନିଦହାସ ଟ୍ରଫି : ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

ENO Beuro

ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ:୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More