SPORTS

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ମହତ୍ଵପୂର୍ଣ

ନିଦାହାସ୍ ତ୍ରି-ରାଷ୍ଟ୍ରୀୟ ଟି-୨୦ କ୍ରିକେଟ ମ୍ୟାଚରେ ଆଜି ବାଂଲାଦେଶକୁ ଟିମ୍ ଇଣ୍ଡିଆ ଭେଟିବ । ୩ ଟି ମ୍ୟାଚରୁ ଭାରତ ୨ ଟିରେ ବିଜୟ ଲାଭ କରିସାରିଛି । ଆଜିର ମ୍ୟାଚ ଜିତି ଭାରତ ଫାଇନାଲରେ ପ୍ରବେଶ କରିବାର ଲକ୍ଷ ରଖିଛି । ଅନ୍ୟ ପଟରେ ବାଂଲାଦେଶ ପ୍ରଥମ ମ୍ୟାଚରେ ଭାରତଠୁ ହାରିଥିବା ବେଳେ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିବାରେ ଆଶା ରଖିଛି ।

ଆଜିର ମ୍ୟାଚ ନିଶ୍ଚିତ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷରେ ସୋମବାର ରାତିରେ ପ୍ରତିଶୋଧମୂଳକ ବିଜୟ ସତ୍ତ୍ୱେ ଭାରତ ଆଶଙ୍କାରେ ପଡ଼ିଥିଲା । ଏବେ ଆତ୍ମବିଶ୍ୱାସୀ ବାଂଲାଦେଶ ପରୀକ୍ଷାକୁ ଭାରତ କିଭଳି ପ୍ରତିହତ କରି ଫାଇନାଲ୍ ପହଞ୍ଚିବ ମୁଖ୍ୟ କଥା ହୋଇଛି।

ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଶିଖର ଧାଓ୍ଵନ ଓ ସୁରେଶ ରାଇନାଙ୍କ ଭଲ ପ୍ରଦର୍ଶନ ଦଳର ସମ୍ଭାବନାକୁ ଉଜ୍ଜୀବିତ କରିଛି ।  ବୋଲିଂରେ ଓ୍ଵାସିଂଟନ୍ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ ଗତିରେ ବିବିଧତା ଭରି ଦେଉଥିବାବେଳେ ସାର୍ଦୁଲ ଠାକୁର ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ପୂର୍ବ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୨୧୪ ରନର ଲକ୍ଷ୍ୟକୁ ପଛ କରି ବାଂଲାଦେଶ ସଫଳ ହେବା ପରେ ନିଦାହାସ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ମଧ୍ୟ ସବୁ ଦଳର ସମ୍ଭାବନାକୁ ଶେଷ ପର୍ୟ୍ୟନ୍ତ ଝୁଲାଇ ଦେଇଛି। ଭାରତ ହାରିଲେ ବି ବାଂଲାଦେଶ-ଶ୍ରୀଲଙ୍କା ଶେଷ ଲିଗ୍ ମ୍ୟାଚ୍ ପର୍ୟ୍ୟନ୍ତ ଅପେକ୍ଷା କରିବ। ପ୍ରତ୍ୟେକ ଦଳକୁ ୨ ବିଜୟ ମିଳିଲେ ନେଟ୍ ରନ୍ ରେଟକୁ ହିସାବକୁ ଆସିଯିବ ।

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ team india 2

ପଢନ୍ତୁ ;

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଏସିଆ କପ୍: ପାକିସ୍ତାନ ୩୭ ରନରେ ହାରିଲା

ENO Beuro

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ENO Beuro

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More