• Home
  • SPORTS
  • ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ
SPORTS

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ

ଶ୍ରୀଲଙ୍କାରେ ଆସନ୍ତା ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ରବିବାର ଭାରତୀୟ ଦଳର ଘୋଷଣା ହୋଇଛି ।  ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଅନେକ ଷ୍ଟାର ବୋଲୋରଙ୍କୁ ସିରିଜରେ ବିଶ୍ରାମ ଦିଆଯାଇଛି । କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି । ଏହା ସହିତ ଶିଖର ଧାଓ୍ଵନଙ୍କ ଉପ ଅଧିନାୟକ କରାଯାଇଛି ।

ବ୍ୟସ୍ତବହୁଳ କ୍ରିଡା ସୂଚୀକୁ ନଜରରେ ରଖି ଦ୍ରୁତ ବୋଲୋର ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରା,ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡିୟାଙ୍କୁ ମଧ୍ୟ ବିଶ୍ରାମ ମିଳିଛି । ସେମାନଙ୍କ ସ୍ଥାନରେ  ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ଓ୍ଵିକେଟ୍ କିପର ଭାବେ ଦଳରେ ଚୟନ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ସୁରେଶ ରୈନାଙ୍କୁ ଦଳରେ ସାମିଲ କରାଯାଇଛି । ଏହା ସହିତ ମନୀଷ ପାଣ୍ଡେ ମଧ୍ୟ ଶ୍ରୀଲଙ୍କା ସିରିଜ ପାଇଁ ଚୟନ ହୋଇଛନ୍ତି। ଏହି ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।

ଏହି ୧୫ ଜଣିଆ ଭାରତୀୟ  ଦଳରେ ଅଛନ୍ତି :- ରୋହିତ ଶର୍ମା (ଅଧିନାଯକ),ଶିଖର ଧାଓ୍ଵନ,ସୁରେଶ ରାଇନା,ମନୀଷ ପାଣ୍ଡେ,ଦିନେଶ କାର୍ତ୍ତିକ,ଦୀପକ ହୁଡ଼ା,ୱାସିଂଟନ ସୁନ୍ଦର , ୟୁଝବେନ୍ଦ୍ର ଚହଲ ,ଅକ୍ଷୟ ପଟେଲ ,ବିଜୟ ଶଙ୍କର ,ସର୍ଦୁଲ ଠାକୁର ,ଜୟଦେବ ଉନାକାତ , ମହମଦ ସିରାଜ ,ରିଶବ ପନ୍ତ ।
ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ kohali and dhoni 1
ପଢନ୍ତୁ ;

ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର

Related posts

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

Krishna Kumar Manoj

ତୃତୀୟ ଟି-୨୦: ରୋହିତଙ୍କ ଅପରାଜିତ ଶତକ, ସିରିଜ ଜିତିଲା ଭାରତ

ଆଇପିଏଲ ୧୧:ଶେଷ ବଲ୍‌ରେ ଜିତିଲା ସନ୍‌ରାଇଜର୍ସ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More