• Home
  • SPORTS
  • ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ
SPORTS

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ଫାଇନାଲରେ ପହଂଚିବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବା ଜରୁରୀ

ନିଦାହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଂଟି-୨୦ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ନିଜର ଦିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ । ମଙ୍ଗଳବାର ଉଦଘାଟନୀ ମୁକାବିଲାରେ ଆୟୋଜକ ଶ୍ରୀଲଙ୍କା ଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା ଭାରତୀୟ ଦଳ । ତେଣୁ ଫାଇନାଲ ଖେଳିବାକୁ ହେଲେ ଆଜି ଭାରତକୁ ବାଂଲାଦେଶ ବିପକ୍ଷ ମ୍ୟାଚ ଜିତିବାକୁ ହେବ । ଫାଇନାଲ ପୂର୍ବରୁ ପ୍ରତି ଦଳ ପରସ୍ପରକୁ ୨ ଥର ମୁହାଁମୁହିଁ ହେବେ । ଶ୍ରେଷ୍ଠ ୨ ଦଳ ଫାଇନାଲ ଖେଳିବେ ।

ତେଣୁ ଫାଇନାଲ ପହଂଚିବାକୁ ହେଲେ ଆଜିର ମ୍ୟାଚ ରୋହିତ ବାହିନୀ ଜିତିବା ଜରୁରୀ ହୋଇପଡିଛି । ପ୍ରଥମେ ବ୍ୟାଟିଂ କାଲେ ଭାରତକୁ ବଡ ବଡ ସ୍କୋର କରି ବାଂଲାଦେଶକୁ ଚାପରେ ରଖିବାକୁ ପଡିବ । ପରେ ବୋଲର ମାନଙ୍କୁ ଭଲ ବୋଲିଂ କରି ୱିକେଟ ଝଡାଇବାକୁ ପଡିବ ।

ଅନ୍ୟପଟେ ଟ୍ୱେଂଟି-୨୦ରେ ବାଂଲାଦେଶ ସର୍ବଦା ଭାରତ ପାଇଁ ଆହ୍ୱାନ ସୃଷ୍ଟି କରାଥାଏ । ବିଶେଷ କରି ଯୁବ ବାହିନୀ ବାଂଲାଦେଶକୁ ବହୁବାର ଆଶ୍ଚର୍ଯ୍ୟଜନକ ବିଜୟ ଭେଟି ଦେଇଥିବାରୁ ଭାରତୀୟ ଦଳକୁ ସଜାଗ ହୋଇ ଖେଳିବାକୁ ପଡିବ ।

ଟିମ ଇଣ୍ଡିଆ ବିରୋଧରେ ତମିମ ଇକବାଲ ଭଲ ପ୍ରଦର୍ଶନ କରୁଥିବାରୁ ଆଜି ତାଙ୍କୁ ରୋକିବା ଭାରତୀୟ ଖେଳାଳିଙ୍କ ପାଇ ବଡ ଆହ୍ୱାନ । ସେହିପରି ମୁସାଫିଜୁର ରହମନଙ୍କ ବୋଲିଂର ସଫଳ ମୁକାବିଲା କରିବା ମଧ୍ୟ ରୋହିତ ବାହିନୀଙ୍କ ପାଇଁ ବଡ ଚାଲେଞ୍ଜ ।

ନିକଟରେ ଶ୍ରୀଲଙ୍କାଠୁ ଟେଷ୍ଟ ,ଟ୍ୱେଂଟି-୨୦ ଏବଂ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ହାରିଥିବା ବାଂଲାଦେଶ ରକ୍ତମୁଖା ରହିଛି । ଚଳିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଭରତ ଓ ଶ୍ରୀଲଙ୍କାକୁ ପରାସ୍ତ କରି ପୂର୍ବ କ୍ଷତି ଭରଣା କରିବା ଲକ୍ଷ୍ୟରେ ରହିଛି ।

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ team india

ପଢନ୍ତୁ ;

ପତ୍ନୀଙ୍କ ସହ ବିବାଦ ପରେ ମୋହମ୍ମଦ ଶାମିଙ୍କୁ ଆଉ ଏକ ଝଟକା

Related posts

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ଫ୍ରେଞ୍ଚ୍‌ ଓପନ୍‌ ସୁପର ସିରିଜ ବିଜେତା

Krishna Kumar Manoj

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

Krishna Kumar Manoj

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More